ବିଧାନ ସଭାରେ ଅତିରିକ୍ତ ବ୍ୟୟ ମଜୁରୀ ବିଲ ପାରିତ କଲେ ମୁଖ୍ୟମନ୍ତ୍ରୀ

ବିଧାନ ସଭାରେ ଅତିରିକ୍ତ ବ୍ୟୟ ମଜୁରୀ ବିଲ ପାରିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ସୋମବାର ବିଧାନସଭାରେ ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ ଉପସ୍ଥାପନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଗୃହରେ ମୁଖ୍ୟମନ୍ତ୍ରୀ କହିଥିଲେ ରାଜ୍ୟର ଅର୍ଥନୈତିକ ବିକାଶ ପାଇଁ ଆମ ସରକାର ଦୁଇଗୋଟି ରଣ କୌଶଳକୁ ଆପଣାଇଛନ୍ତି । ତାହାହେଲା ଆର୍ଥିକ ପରିଚାଳନାରେ ଶୃଙ୍ଖଳା ସହିତ ରାଜ୍ୟର ଦ୍ରୁତ ବିକାଶ। ଖୁସିର କଥା ଗତ ଦେଢ ବର୍ଷ ହେଲା, ଆମ ସରକାର ଏହି ଉଭୟ ଲକ୍ଷ୍ୟକୁ ହାସଲ କରିବାରେ ସମର୍ଥ ହୋଇଛନ୍ତି। ଆମ ସରକାରର ଅର୍ଥନୈତିକ ପରିଚାଳନା ଦେଶର ସବୁ ରାଜ୍ୟ ଅପେକ୍ଷା ସର୍ବୋତ୍ତମ।  ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ମୋଟ୍ ୧୭ ହଜାର ୪୪୦ କୋଟି ଟଙ୍କାର ଅତିରିକ୍ତ ବ୍ୟୟ ବରାଦ ପାଇଁ ବ୍ୟୟ ମଞ୍ଜୁରୀ ବିଲ୍ ଉପସ୍ଥାପନା କରିଛନ୍ତି। 

Read More ବିଧାୟକଙ୍କୁ ହତ୍ୟା ଧମକ

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆମ ବଜେଟର ଚାରିଗୋଟି ମୁଖ୍ୟ ଉପାଦାନ ଉପରେ ପର୍ଯ୍ୟବେଶିତ ଥିଲା – ଜୀବନ ଜୀବିକାର ଉନ୍ନତି, ଭିତ୍ତିଭୂମିର ବିକାଶ, ସାମାଜିକ ସୁରକ୍ଷା ଓ ସମାଜ ମଙ୍ଗଳ ଏବଂ ଓଡିଶା ଅସ୍ମିତା। ଗତ ଦେଢବର୍ଷ ହେଲା ଆମ ସରକାର ଦେଶର ଯଶସ୍ଵୀ ପ୍ରଧାନମନ୍ତ୍ରୀ ମାନନୀୟ ନରେନ୍ଦ୍ର ମୋଦୀ ଜୀଙ୍କର ମନ୍ତ୍ର ‘ସବ୍‍କା ସାଥ୍, ସବ୍‍କା ବିକାଶ, ସବ୍‍କା ବିଶ୍ବାସ ଏବଂ ସବ୍‍କା ପ୍ରୟାସ’ ମନ୍ତ୍ରରେ ଉଦବୁଦ୍ଧ ହୋଇ ସମାଜର ଚାରି ମୁଖ୍ୟବର୍ଗ ‘ଅନ୍ନଦାତା, ମହିଳା, ଯୁବା ଏବଂ ଗରିବ’ ପାଇଁ ବିଭିନ୍ନ ଯୋଜନା ଏବଂ କାର୍ଯ୍ୟକ୍ରମ କରିଆସୁଛନ୍ତି।

Read More ମହାଶିବରାତ୍ରି ପୂର୍ବରୁ ସରିବ ଏକାମ୍ର ପ୍ରକଳ୍ପ କାର୍ଯ୍ୟ

ଆମର ଲକ୍ଷ୍ୟ ହେଉଛି ୨୦୩୬ ସୁଦ୍ଧା ‘ସମୃଦ୍ଧ ଓଡିଶା’ ର ନିର୍ମାଣ ଏବଂ ମାନନୀୟ ପ୍ରଧାନମନ୍ତ୍ରୀଙ୍କ ପରିକଳ୍ପିତ ୨୦୪୭ ସୁଦ୍ଧା ‘ବିକଶିତ ଭାରତ’ ଗଠନ ପାଇଁ ଓଡିଶାର ଅବଦାନ। ଏହି ସ୍ଵପ୍ନକୁ ସାକାର କରିବାପାଇଁ ସବୁଠାରୁ ବଡ ଅବଦାନ ରହିବ ଭିତ୍ତିଭୂମି ନିର୍ମାଣ।  ତେଣୁ ଗତ ବଜେଟରେ ପୁଞ୍ଜି ଖର୍ଚ୍ଚ ବାବଦକୁ ୬୫ ହଜାର ୧୨ କୋଟି ଟଙ୍କାର ପୁଞ୍ଜି ବ୍ୟୟବରାଦ ଅନ୍ତର୍ଭୁକ୍ତ। ଏହା ଓଡିଶାର ସାମଗ୍ରିକ ରାଜ୍ୟ ଘରୋଇ ଉତ୍ପାଦର ୬.୧୧ ପ୍ରତିଶତ ଥିଲା, ଯାହାର ଅନୁପାତ ସାରା ଦେଶରେ ସର୍ବାଧିକ।

Read More ନିଶା ମାଫିଆଙ୍କ ଘରେ ବୁଲିଲା ବୁଲଡୋଜର

 

Tags: