କଙ୍କାଳ ବୋହିବା ଘଟଣା, ଆରଡିସି ତଦନ୍ତ ନିର୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

କଙ୍କାଳ ବୋହିବା ଘଟଣା, ଆରଡିସି ତଦନ୍ତ ନିର୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
Samaya Live News Picture
Published On

କେନ୍ଦୁଝର : କେନ୍ଦୁଝର ଜିଲ୍ଲାର ପାଟଣା ସ୍ଥିତ ଏକ ବ୍ୟାଙ୍କକୁ କଙ୍କାଳ ବୋହିବା ଘଟଣା । ଆରଡିସି ତଦନ୍ତ ନିର୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଘଟଣାର ଆଜିଠାରୁ ଉତ୍ତରାଞ୍ଚଳ ଆରଡିସି ତଦନ୍ତ କରି ତୁରନ୍ତ ରିପୋର୍ଟ ଦେବାକୁ କୁହାଯାଇଛି । ଜିତୁ ମୁଣ୍ଡାଙ୍କ ଘଟଣାରେ ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରିବା ସହ ଉପରିସ୍ଥ ଅଧିକାରୀମାନଙ୍କୁ ସାଧାରଣ ଲୋକଙ୍କ ପ୍ରତି ଅଧିକ ସମ୍ବେଦନଶୀଳ ହେବାକୁ ପରାମର୍ଶ ଦେଇଛନ୍ତି ।

ଅନ୍ୟପଟେ,ଜିତୁ ମୁଣ୍ଡାଙ୍କ କଙ୍କାଳ ବୋହି ବ୍ୟାଙ୍କକୁ ଆସିବା ଘଟଣାକୁ ଗୁରୁତର ସହ ନେଇଛି କେନ୍ଦୁଝର ଜିଲ୍ଲା ପ୍ରଶାସନ, ଏହାସହ ଏହାକୁ ସମ୍ବେନଶୀଳବୋଲି କହି ଏକ ପ୍ରେସ ବିଜ୍ଞପ୍ତି ଜାରୀ କରିଛି । ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ଏହି ସମସ୍ୟାର ସମାଧାନ ହୋଇ ଯାଇଛି। ଜିଲ୍ଲା ରେଡ୍ କ୍ରସ୍ ପାଣ୍ଠିରୁ ସମ୍ପୃକ୍ତ ବ୍ୟକ୍ତିଙ୍କୁ ୩୦ ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଥିବା ବେଳେ, ମୃତକଙ୍କ ମୃତ୍ୟୁ ପ୍ରମାଣପତ୍ର ଓ ଉତ୍ତରାଧିକାରୀ ପ୍ରମାଣପତ୍ର ତୁରନ୍ତ ପ୍ରଦାନ କରାଯାଇଛି। ଏହା ସହିତ ବ୍ୟାଙ୍କରୁ ତାଙ୍କ ପ୍ରାପ୍ୟ ଟଙ୍କା ମଧ୍ୟ ଦିଆଯାଇଛି । ତେବେ ଏଭଳି ଘଟଣା କାହିଁକି ଘଟିଲା ଏବଂ ଏହାର ଯେପରି ପୁନରାବୃତ୍ତି ନ ହେବ ସେଥିପାଇଁ ମୁଖ୍ୟମନ୍ତ୍ରୀ RDC ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

 

Tags: