୩ ଦିନିଆ କେନ୍ଦୁଝର ଗସ୍ତରେ ମୁଖ୍ୟମନ୍ତ୍ରୀ

୩ ଦିନିଆ କେନ୍ଦୁଝର ଗସ୍ତରେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଡିସେମ୍ବର ୨୬ ସନ୍ଧ୍ୟାରେ କେନ୍ଦୁଝର ଗୋନାସିକାରେ ଆରମ୍ଭ ହୋଇଛି କେନ୍ଦୁଝର   ମହୋତ୍ସବ I ତିନିଦିନିଆ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ମାଝୀ କେନ୍ଦୁଝର ଷ୍ଟାଡିୟମରେ ଆୟୋଜିତ ଏହାର ଶୁଭ ଉଦଘାଟନ କରିଛନ୍ତି । ମହୋତ୍ସବରେ ପଡିଥିବା ଷ୍ଟଲରେ କେନ୍ଦୁଝରରୁ ବିଧାୟକରୁ ମୁଖ୍ୟମନ୍ତ୍ରୀ ହେବା ପର୍ଯ୍ୟନ୍ତ ବିଭିନ୍ନ ଫଟୋ ଓ ନ୍ୟୁଜ ଦେଖି ମୁଖ୍ୟମନ୍ତ୍ରୀ ଖୁସିପ୍ରକାଶ କରିଥିଲେ । 

ସମ୍ବନ୍ଧିତ ଖବର ବରିଷ୍ଠ ଆଇଏଏସ ସ୍ତରରେ ଅଦଳ ବଦଳ

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ତାରିଣୀ ପୀଠର ନବକଳେବର ହେବ ।  ୫୦ କୋଟିରୁ ଅଧିକ ଟଙ୍କାରେ ସାନ ଘାଗରାର ଉନ୍ନତିକରଣ ହେବ । ପ୍ରଥମେ କେନ୍ଦୁଝରକୁ ପ୍ରାଧାନ୍ୟ ଦେବାକୁ ମୁଖ୍ୟମନ୍ତ୍ରୀ ଶିଳ୍ପପତିଙ୍କୁ ଅନୁରୋଧ କରିଛନ୍ତି । ବିର୍ଲା ଗୁପ ଏଠାକୁ ଆସୁଛି , ବଡବିଲ ଯୋଡାକୁ ନେଇ  ଇକୋନୋମିକ ଜୋନ ହେବ । DPR ପ୍ରସ୍ତୁତ ଚାଲିଛି । ସରିଗଲେ କେନ୍ଦୁଝର ସୁନାର କେନ୍ଦୁଝର ହେବ ।

ସମ୍ବନ୍ଧିତ ଖବର ଜାନୁଆରୀ ୨୫ ରୁ ଖଣ୍ଡଗିରି ମେଳା

ଆସନ୍ତା ୧୦ବର୍ଷ ମଧ୍ୟରେ ଅର୍ଥାତ ୨୦୩୬ସୁଦ୍ଧା ଓଡ଼ିଶା ଦେଶର ପ୍ରଥମ ପାଞ୍ଚଗୋଟି ଶ୍ରେଷ୍ଠ ବିକଶିତ ରାଜ୍ୟର ଅଂଶବିଶେଷ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ୨୦୨୭ସୁଦ୍ଧା ରାଜ୍ୟର ପ୍ରତି ଗ୍ରାମକୁ ସବୁ ଦିନିଆ ରାସ୍ତା, ସବୁ ଗାଁକୁ ବିଜୁଳି ଏବଂ ସବୁ ଗାଁକୁ ପାଇପ ଯୋଗେ ପାନୀୟ ଜଳ ଯୋଗାଇବା ପାଇଁ ‘ମିଶନ ପାୱାରର ଗଠନ କରିଛନ୍ତି । ଆଜି ଓଡ଼ିଶାର ନୂତନ ନିର୍ମାଣର ଯଜ୍ଞ ଆରମ୍ଭ ହୋଇଛି । ଏଥିପାଇଁ ଆମ ସରକାର ରେକର୍ଡ଼ ୬୫ହଜାର କୋଟି ଟଙ୍କାରୁ ବି ଅଧିକ ବ୍ୟବସ୍ଥା କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ନିଜ ଅଭିଭାଷଣରେ କହିଥିଲେ  ।

ସମ୍ବନ୍ଧିତ ଖବର ଅନ୍ତର୍ଜାତୀୟ ମହିଳା ଦିବସ ସୁଦ୍ଧା ସମସ୍ତ ଅଙ୍ଗନବାଡିରେ ଶୌଚାଳୟ ସୁବିଧା - ଅନୁ ଗର୍ଗ

Tags: