୫ ଦିନିଆ ୟୁଏଇ ଗସ୍ତରେ ଗଲେ ମୁଖ୍ୟମନ୍ତ୍ରୀ

୫ ଦିନିଆ ୟୁଏଇ ଗସ୍ତରେ ଗଲେ ମୁଖ୍ୟମନ୍ତ୍ରୀ
Samaya Live News Picture
Published On

ଭୁବନେଶ୍ୱର :  ୟୁଏଇ ଗସ୍ତରେ ଗସ୍ତରେ ଗଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଓଡ଼ିଶାକୁ ଅଧିକ ପୁଞ୍ଜି ଆକର୍ଷଣ କରିବା ଲକ୍ଷରେ ୫ଦିନିଆ ଦୁବାଇ ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ମଧ୍ୟ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ ରାଜ୍ୟରେ ଶିଳ୍ପ ଓ ନିଯୁକ୍ତି ସୁଯୋଗ ବୃଦ୍ଧି ଲକ୍ଷ୍ୟରେ ଏହି ଗସ୍ତ ଗୁରୁତ୍ୱ ବହନ କରୁଛି ।  

ଆଜି ମୁଖ୍ୟମନ୍ତ୍ରୀ ପ୍ରଥମେ ନୂଆଦିଲ୍ଲୀ ଯାଇ ସେଠାରୁ ଆବୁଧାବି ଯିବେ । ୯ ତାରିଖ ଦିନ ଇଣ୍ଟରନ୍ୟାସନାଲ ହୋଲ୍ଡିଂ କମ୍ପାନୀ (IHC), ଇଣ୍ଡିଆନ ବିଜନେସ ଆଣ୍ଡ ପ୍ରଫେସନାଲ ଗ୍ରୁପ୍, ପେଟ୍ରୋ କେମିକାଲ କ୍ଷେତ୍ରର ବୋରଗ୍ (Borouge) କମ୍ପାନୀ ଆଦି ବିଶ୍ୱସ୍ତରୀୟ କମ୍ପାନୀର ପ୍ରମୁଖ ନେତୃତ୍ୱ ଏବଂ ଅଧିକାରୀମାନଙ୍କ ସହିତ ଆଲୋଚନା କରିବେ । ସେଦିନ ସନ୍ଧ୍ୟାରେ ଦୁବାଇରେ ‘One District One Product’ କାର୍ଯ୍ୟକ୍ରମ ଅଧୀନରେ ଉତ୍ପାଦିତ ଓଡ଼ିଶାର ବିଭିନ୍ନ ଦ୍ରବ୍ୟର ଏକ ପ୍ରଦର୍ଶନୀ ଉଦ୍ଘାଟିତ ହେବାର କାର୍ଯ୍ୟକ୍ରମ ରହିଛି । ଗସ୍ତ ସମୟରେ ଓଡ଼ିଶାରେ ନିବେଶର ସୁଯୋଗ, ଶିଳ୍ପ ଭିତ୍ତିଭୂମି ଓ ସରକାରଙ୍କ ପକ୍ଷରୁ ଦିଆଯାଉଥିବା ସୁବିଧା ସମ୍ପର୍କରେ ନିବେଶକମାନଙ୍କୁ ଅବଗତ କରାଯିବ। ଏହା ମାଧ୍ୟମରେ ରାଜ୍ୟକୁ ଅଧିକ ପୁଞ୍ଜି ଆଣିବା ପାଇଁ ପ୍ରୟାସ କରାଯିବ। 

ଆବୁଧାବି ଏବଂ ଦୁବାଇରେ ହେବାକୁ ଥିବା ତିନିଦିନିଆ କାର୍ଯ୍ୟକ୍ରମରେ ବିଦେଶୀ ପୁଞ୍ଜିନିବେଶ (ଏଫଡିଆଇ) ଏବଂ ବାଣିଜ୍ୟିକ ସମ୍ପର୍କ ସ୍ଥାପନ ଉପରେ ଆଲୋଚନା ହେବ । ଏହି ସମୟରେ ଓଡ଼ିଶାରେ ଥିବା ପ୍ରାକୃତିକ ସମ୍ପଦ ଏବଂ ବନ୍ଦରଗୁଡ଼ିକର ସୁବିଧାକୁ ବିନିଯୋଗ କରି ରପ୍ତାନି ବୃଦ୍ଧି ଉପରେ ସରକାର ଲକ୍ଷ୍ୟ ରଖିଛନ୍ତି । ଧାତୁ ଏବଂ ଡାଉନଷ୍ଟ୍ରିମ୍ ଶିଳ୍ପ, ଖାଦ୍ୟ ଓ ସାମୁଦ୍ରିକ ଖାଦ୍ୟ (ସି-ଫୁଡ୍) ରପ୍ତାନି, ବନ୍ଦର ଭିତ୍ତିକ ଶିଳ୍ପ ପାର୍କ, ଲଜିଷ୍ଟିକ୍ସ ପାର୍କ, ଜାହାଜ ନିର୍ମାଣ (ସିପ୍-ବିଲ୍ଡିଂ) ପାର୍କ, ରେୟାର୍ ଆର୍ଥ (ବିରଳ ମୃତ୍ତିକା) କରିଡର, ସ୍ଲରୀ ପାଇପଲାଇନ୍ ଭିତ୍ତିଭୂମି ଏବଂ କେମିକାଲ୍ ତଥା ପେଟ୍ରୋକେମିକାଲ୍ ପାର୍କ କ୍ଷେତ୍ରରେ ବିନିଯୋଗ ପାଇଁ ଆଲୋଚନା କରାଯିବ ବୋଲି ଜଣାପଡିଛି ।

Tags: