ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ । ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଖୋର୍ଦ୍ଧା ଜିଲ୍ଲା ବାଣପୁରରେ ‘ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା’ର ଶୁଭାରମ୍ଭ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ୧୧୮ ଟି ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି । ଏଥିପାଇଁ ବାର ହଜାର କୋଟିର ବ୍ୟୟବରାଦ କରାଯାଇଛି । ଭିତ୍ତିପ୍ରସ୍ତର ସ୍ଥାପିତ ପ୍ରତି ସ୍କୁଲ ପାଇଁ ୫ ରୁ ୭ କୋଟି ବ୍ୟୟ ହେବ । ପଞ୍ଚାୟତ ଅଫିସ ପାଖରେ ୫ ଏକର ଗ୍ରୀନ ଫିଲଡରେ ନିର୍ମାଣ ହେବ ସ୍କୁଲ । ପଞ୍ଚାୟତ ଅଫିସ ପାଖରେ ସ୍ଥାନାଭାବ ଥିଲେ ଜନସଂଖ୍ୟା ବହୁଳ ସ୍ଥାନରେ ହେବ ।

ସମ୍ବନ୍ଧିତ ଖବର ମହୋଦଧିରେ ବୁଡ଼ ପକେଇ କ୍ଷମା ପ୍ରାର୍ଥନା କଲେ କଂସ ମହାରାଜ

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଆମର ମୂଳ ଲକ୍ଷ୍ୟ ହେଉଛି ପ୍ରାଥମିକ ଶିକ୍ଷାର ଭିତ୍ତିଭୂମିକୁ ସୁଦୃଢ଼ କରିବା। ‘ନିପୁଣ ଓଡ଼ିଶା’ ଏବଂ ଜାତୀୟ ଶିକ୍ଷା ନୀତି-୨୦୨୦ର ସଫଳ ରୂପାୟନ ମାଧ୍ୟମରେ ଆମେ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ଜ୍ଞାନ ଓ ଦକ୍ଷତାରେ ନିପୁଣ କରିବାକୁ ସଂକଳ୍ପବଦ୍ଧ। ବିଦ୍ୟାଳୟଗୁଡ଼ିକର ଆଧୁନିକୀକରଣ ସହ ଶିକ୍ଷକମାନଙ୍କ ନିଯୁକ୍ତି ଓ ସେମାନଙ୍କ ଦକ୍ଷତା ବୃଦ୍ଧି ଉପରେ ମଧ୍ୟ ଆମେ ଗୁରୁତ୍ୱ ଦେଉଛୁ। ମୋର ବିଶ୍ୱାସ, ଏହି ଆଦର୍ଶ ବିଦ୍ୟାଳୟଗୁଡ଼ିକ ୨୦୩୬ ସୁଦ୍ଧା ଏକ 'ସମୃଦ୍ଧ ଓଡ଼ିଶା' ଗଠନ କରିବାରେ ମୁଖ୍ୟ ସ୍ତମ୍ଭ ସାଜିବେ। ଆମର କୋମଳମତି ଛାତ୍ରଛାତ୍ରୀମାନେ ପଢ଼ିବେ, ବଢ଼ିବେ ଏବଂ ବିକଶିତ ଓଡ଼ିଶାର ଯଥାର୍ଥ କର୍ଣ୍ଣଧାର ହେବେ।

ସମ୍ବନ୍ଧିତ ଖବର ନକଲି ଚାଷୀଙ୍କୁ ସରକାର ଦେବେ ସୋ କଜ ନୋଟିସ

Tags: