ଅର୍ଥନୈତିକ କରିଡରର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ଲୋକସେବା ଭବନରୁ ଅର୍ଥନୈତିକ କରିଡ଼ର(ଇକୋନୋମିକ୍ ରିଜିଅନ୍)ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ । ଭୁବନେଶ୍ୱର, କଟକ, ପୁରୀ ଓ ପାରାଦ୍ୱୀପ ଅର୍ଥନୈତିକ କରିଡର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି କାର୍ଯ୍ୟକ୍ରମରେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଏବଂ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଅଛନ୍ତି ।
ଏହାଦ୍ୱାରା ଏହି ଅଂଚଳ ଗୁଡିକରେ ପର୍ଯ୍ୟଟନ ଭିତ୍ତିକ ସାଂସ୍କୃତିକ ଓ ଐତିହ୍ୟ ଅର୍ଥନୀତି ଭାବେ ପ୍ରୋତ୍ସାହିତ କରିବ । ଏହି ପ୍ରକଳ୍ପ ଦ୍ଵାରା ଓଡିଶା ପୂର୍ବ ଭାରତର ଏକ ପ୍ରମୁଖ ବନ୍ଦର ଭିତ୍ତିକ ଶିଳ୍ପ ଓ ଲଜିଷ୍ଟିକ୍ ହବ୍ରେ ପରିଣତ ହୋଇପାରିବ ।
ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ ଏକ୍ସରେ ପୋଷ୍ଟ କରି ସୂଚନା ଦେଇ କହିଛନ୍ତି ଯେ ଭିତ୍ତିଭୂମିର ସର୍ବାଙ୍ଗୀନ ବିକାଶ ମାଧ୍ୟମରେ ଏକ ସମୃଦ୍ଧ ଓଡ଼ିଶା ଗଠନ ଆମ ସରକାରଙ୍କ ପ୍ରମୁଖ ଲକ୍ଷ୍ୟ। ଏହି ଦିଗରେ ନୀତି ଆୟୋଗଙ୍କ ସହଯୋଗରେ ପ୍ରସ୍ତୁତ ‘ଭୁବନେଶ୍ୱର-କଟକ-ପୁରୀ-ପାରାଦ୍ୱୀପ ଇକୋନୋମିକ୍ ରିଜିଅନ୍’ (BCPPER) ଯୋଜନା ରାଜ୍ୟର ଭିତ୍ତିଭୂମି ଓ ଅର୍ଥନୀତି କ୍ଷେତ୍ରରେ ଏକ ନୂତନ ଯୁଗର ସୂତ୍ରପାତ କରିବାକୁ ଯାଉଛି। ସେହି କ୍ରମରେ ଆଜି ଲୋକ ସେବା ଭବନଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହି ଗୁରୁତ୍ୱପୂର୍ଣ୍ଣ ଆର୍ଥିକ ରୋଡ଼ମ୍ୟାପ୍ର ଶୁଭାରମ୍ଭ କରାଯାଉଛି।



