ରାଉରକେଲାରେ OMC ପାଭିଲିୟନ୍ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ରାଉରକେଲାଠାରେ ଅନୁଷ୍ଠିତ ହେଉଥିବା ୨୫ତମ ଏଣ୍ଟରପ୍ରାଇଜ୍ ଓଡ଼ିଶା ପ୍ରଦର୍ଶନୀକୁ ଓଡ଼ିଶା ମାଇନିଂ କର୍ପୋରେସନ୍ (ଓଏମସି) ପ୍ୟାଭିଲିଅନରେ ଶୁଭ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଉଦଘାଟନ ପରେ ମୁଖ୍ୟମନ୍ତ୍ରୀ ସେଇ ପାଭିଲିୟନ ପରିଦର୍ଶନ କରିଥିଲେ। ଏହି ଅବସରରେ ମାନ୍ୟବର ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀ ସମ୍ପଦ ସ୍ୱାଇଁ ଉପସ୍ଥିତ ଥିଲେ ।
୨୮ରୁ ୩୦ ଜାନୁଆରୀ ୨୦୨୬ ଯାଏଁ ରାଉରକେଲାରେ ଅନୁଷ୍ଠିତ ହେଉଥିବା ଏହି ପ୍ରଦର୍ଶନୀରେ ଓଏମସିର ଅଂଶଗ୍ରହଣ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଓଏମସି ୧୯ଟି ଖଣି ପରିଚାଳନା କରୁଛି, ଯେଉଁଥିରୁ ଲୁହା ପଥର, କ୍ରୋମ୍, ବକ୍ସାଇଟ୍, ମ୍ୟାଙ୍ଗାନିଜ୍ ଏବଂ ଚୂନପଥର ଉତ୍ପାଦନ ହେଉଛି। ଏହା ଇସ୍ପାତ, ଆଲୁମିନିୟମ୍ ଏବଂ ଫେରୋକ୍ରୋମ୍ ଭଳି ମୁଖ୍ୟ ଖଣିଜ-ଆଧାରିତ ଶିଳ୍ପଗୁଡ଼ିକୁ ସମର୍ଥନ କରୁଛି ।
ପ୍ୟାଭିଲିଅନରେ ଓଏମସି ତା’ର ବିଭିନ୍ନ ଉଦ୍ୟୋଗକୁ ପ୍ରଦର୍ଶନ କରୁଛି। ଏଥିରେ ସ୍ଥିରତା (ସଷ୍ଟେନାବିଲିଟି), ନିରାପତ୍ତା ଓ କାର୍ଯ୍ୟକ୍ଷେତ୍ରରେ ଡିଜିଟାଲ୍ ନବସୃଜନ, ଖଣିଜ ଅନୁସନ୍ଧାନ ଉଦ୍ୟୋଗ ଏବଂ ଫେରୋକ୍ରୋମ୍ ପ୍ଲାଣ୍ଟ୍ ଓ କ୍ରୋମ୍ ଓର୍ ବେନିଫିସିଏସନ୍ ପ୍ଲାଣ୍ଟ୍ ମାଧ୍ୟମରେ ମୂଲ୍ୟ ସଂଯୋଜନ କାର୍ଯ୍ୟକ୍ରମ ଗୁଡ଼ିକ ବିଶେଷ ଭାବେ ପ୍ରଦର୍ଶିତ ହେଉଛି ।



