ନୀଳଗିରି ଠାରେ ଏକତା ପଦଯାତ୍ରାର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ନୀଳଗିରି ଠାରେ ଏକତା ପଦଯାତ୍ରାର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
Samaya Live News Picture
Published On

ବାଲେଶ୍ୱର : ଆଜି ବାଲେଶ୍ୱରର ନୀଳଗିରି ଠାରେ ଏକତା ପଦଯାତ୍ରାର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ ନୀଳଗିରି କଲେଜ ପଡ଼ିଆରେ ପହଞ୍ଚିବା ପରେ ତାଙ୍କୁ ପୋଲିସ ପ୍ରଶାସନ ଦ୍ୱାରା ସମ୍ବର୍ଦ୍ଧନା କରାଯିବା ସହ କଲେଜ ଛାତ୍ରଛାତ୍ରୀ ଓ ସମସ୍ତ ବିଜେପି କର୍ମୀଙ୍କ ଦ୍ୱାରା ସ୍ୱାଗତ କରାଯାଇଛି । ଏହି ସମୟରେ ଇମାମି ଜଗନ୍ନାଥ ମନ୍ଦିର ଦର୍ଶନ କରି ପୂଜାର୍ଚ୍ଚନା କରିଛନ୍ତି ମୁଖ୍ୟମନ୍ତ୍ରୀ । ପୋଲିସ ପଡ଼ିଆରେ ଜନସାଧାରଣଙ୍କୁ ସମ୍ବୋଧନ କରିବା ପରେ ଏକତା ପଦଯାତ୍ରା କାର୍ଯ୍ୟକ୍ରମ ରହିଛି । 

ନୀଳଗିରି ଠାରୁ ମିତ୍ରପୁର ପର୍ଯ୍ୟନ୍ତ ଆୟୋଜିତ ପଦଯାତ୍ରାରେ ସାହସ୍ରାଧିକ ଛାତ୍ରଛାତ୍ରୀ, ଯୁବବର୍ଗ, ଜନସାଧାରଣ ଓ ସରକାରୀ ଅଧିକାରୀମାନେ ଭାଗ ନେଇ ପ୍ରାୟ ୯ କି. ମି ବାଟ ପଦଯାତ୍ରା କରିଥିଲେ। ଏଥିସହିତ ଛାତ୍ରଛାତ୍ରୀ ମାନେ ୧୦୦ ଫୁଟ ବିଶିଷ୍ଟ ତ୍ରିରଙ୍ଗା ପତାକା ଧରି ଏହି ପଦଯାତ୍ରାରେ ସାମିଲ ହୋଇଥିଲେ। ପଦଯାତ୍ରା ପୂର୍ବରୁ ମୁଖ୍ୟମନ୍ତ୍ରୀ ନୀଳଗିରିରେ ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା କରିବା ସହିତ ପୁଲିସ୍‌ ପଡ଼ିଆଠାରେ ଆୟୋଜିତ ସ୍ଵାଧୀନତା ସଂଗ୍ରାମ ରେ ବାଲେଶ୍ୱର ଜିଲ୍ଲାର ଭୂମିକା ଏବଂ ସର୍ଦ୍ଦାର ପଟେଲଙ୍କ ଜୀବନୀ ଶୀର୍ଷକ ଫଟୋଚିତ୍ର ପ୍ରଦର୍ଶନୀକୁ ବୁଲି ଦେଖିଥିଲେ । ତେବେ ଚଳିତ ବର୍ଷ ସାରା ଦେଶରେ ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ ତମ ଜୟନ୍ତୀ ଅବସରରେ ଏକତା ବର୍ଷ ପାଳନ କରାଯଇଛି I

ସେପଟେ କାଲି ନୂଆପଡ଼ା ଉପନିର୍ବାଚନର ଭୋଟ ଗଣତି ହେବ । ଏନେଇ ପ୍ରସ୍ତୁତି ଚୂଡାନ୍ତ ହୋଇଛି । ଭୋଟ ଗ୍ରହଣ ଓ ଗଣନା ପ୍ରକ୍ରିୟାକୁ ସମ୍ପୁର୍ଣ୍ଣ ସ୍ବଚ୍ଛ, ସୁସ୍ଥ ଓ ପାରଦର୍ଶୀ ଭାବରେ ଆୟୋଜନ କରିବା ପାଇଁ ଆବଶ୍ୟକ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଥିବା ସୂଚନା ଦେଇଛନ୍ତି ଜିଲ୍ଲାପାଳ । ନ୍ୟାସନାଲ କଲେଜରେ ତ୍ରିସ୍ତରୀୟ ସୁରକ୍ଷା ବଳୟରେ ଷ୍ଟ୍ରଙ୍ଗରୁମ ମଧ୍ୟରେ ଥିବା ସମସ୍ତ ଇଭିଏମ ଓ ଭିଭିପାଟ ମେସିନ୍‌ ଗୁଡ଼ିକ ଆସନ୍ତାକାଲି କାଉଣ୍ଟିଙ୍ଗ ହଲକୁ ଅଣାଯିବ ।

 

Tags: