ସାଧାରଣତନ୍ତ୍ର ଦିବସରେ ବାରବାଟୀରେ ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ

ଆମ ସମ୍ବିଧାନ ଆମକୁ ଭାତୃଭାବରେ ବାନ୍ଧି ରଖିଛି - ମୁଖ୍ୟମନ୍ତ୍ରୀ

ସାଧାରଣତନ୍ତ୍ର  ଦିବସରେ ବାରବାଟୀରେ ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ୭୭ତମ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ସଜେଇ ହୋଇଛି ଦିଲ୍ଲୀ ରୁ ପଲ୍ଲୀ ଯାଏଁ I ଆଜି  କଟକ ବାରବାଟୀ ଷ୍ଟାଡିୟମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପତାକା ଉତ୍ତୋଳନ କରିଛନ୍ତି । ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀ ନିଜ ଅଭିଭାଷଣରେ କହିଛନ୍ତି,ସମ୍ବିଧାନ ଜୀବନର ମାନଦଣ୍ଡ । ଆମ ସମ୍ବିଧାନ ଆମକୁ ଭାତୃଭାବରେ ବାନ୍ଧି ରଖିଛି ବୋଲି ବାରବାଟୀରୁ ସମ୍ବୋଧନ କରି କହିଛନ୍ତି ମୁଖ୍ୟମନ୍ତ୍ରୀ । 

ସମ୍ବନ୍ଧିତ ଖବର 'ଥର୍' ଧକ୍କାରେ ୧ ମୃତ,୨ ଗୁରୁତର

ସାଧାରଣ ଦିବସ ସମ୍ବୋଧନରେ ମୁଖ୍ୟମନ୍ତ୍ରୀ କହିଛନ୍ତି,''ଆମେ ଆଜି ଇତିହାସକୁ ଗର୍ବର ସହ କାନ୍ଧରେ ବୋହି ଚାଲି ଆସିଥିବା ରୁପେଲୀ ନଗର କଟକର ବିଶାଳ ହୃଦୟ ଉପରେ ଛିଡା ହୋଇଛୁ । କଟକ କେବଳ ଏକ ପୁରୁଣା ସହରର ନାମ ନୁହେଁ ଏହା ଆମ ଉତ୍କଳୀୟ ସଂସ୍କୃତିୟ ସାମାଜିକ ପ୍ରତିବନ୍ଧତାର ପ୍ରତୀକ । କଟର ଏହି ଗୌରବମୟ ମାଟି ବାରବାଟୀ ଷ୍ଟାଡିୟମରେ ଗଣତନ୍ତ୍ର ଦିବସକୁ ଆବେଗର ସହ ପାଳନ କରୁଛୁ ।

ସମ୍ବନ୍ଧିତ ଖବର ନେତାଜୀ ସୁଭାଷ ଚନ୍ଦ୍ର ବୋଷ

ସେହିପରି ମୁଖ୍ୟମନ୍ତ୍ରୀ କହିଛନ୍ତି ୧୦ ବର୍ଷ ଭିତରେ ଗଠନ ହେବ ସମୃଦ୍ଧ ଓଡ଼ିଶା । ୨୦୩୬ ସୁଦ୍ଧା ଦେଶର ଶ୍ରେଷ୍ଠ ୫ ରାଜ୍ୟରେ ରହିବ ଓଡ଼ିଶା । ମହିଳାଙ୍କ ସୁରକ୍ଷାକୁ ଗୁରୁତ୍ବ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟରେ ମହିଳା ବିରୋଧୀ ହିଂସାକୁ ନେଇ ସରକାର ଶୂନ୍ୟ ସହନଶୀଳ । ରାଜ୍ୟରେ ଅପରାଧୀଙ୍କ ବିରୋଧରେ ଦଣ୍ଡ ହାର ବଢିଛି । ମହିଳା ବିରୋଧୀ ହିଂସାର ଅପରାଧୀଙ୍କ ସ୍ଥାନ ଜେଲରେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହାସହ ମହିଳାଙ୍କ ବିକାଶ ପାଇଁ ବଜେଟରେ ମହିଳାଙ୍କ ପାଇଁ ୩୦ ପ୍ରତିଶତ ବ୍ୟୟ ବରାଦ ହେଉଛି ।  ସରକାର ଗୁଣାତ୍ମକ ଶିକ୍ଷାକୁ ଉପରେ ଗୁରୁତ୍ବ ଦେଉଛନ୍ତି । ବଜେଟର ୧୪ ପ୍ରତିଶତ ଖର୍ଚ୍ଚ କରାଯାଉଛି । ଚାଷୀ ପରିବାରଙ୍କ ଆୟ ବହୁ ପରିମାଣରେ ବୃଦ୍ଧି ହୋଇଛି । ଚାଷୀ ପରିବାରର ମାସିକ ଆୟ ୬୧ ହଜାର ଟଙ୍କାରେ ପହଞ୍ଚିଛି ।

ସମ୍ବନ୍ଧିତ ଖବର ଆଜି ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ଦୁର୍ଲଭ ପଦ୍ମ ବେଶ

​​​​​​​ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ''ଓଡିଶା ହେଉଛି ନିବେଶକଙ୍କ ପ୍ରଥମ ପସନ୍ଦ । ଏଥିପାଇଁ ଆମ ସରକାର ମାତ୍ର ୧୯ ମାସରେ ଏକ ନିବେଶକ-ଅନୁକୂଳ ପରିବେଶ ସୃଷ୍ଟି କରିପାରିଛି । ଶିଳ୍ପାୟନ ସହିତ ରାଜ୍ୟର ବିକାଶ ପାଇଁ ଓଡିଶା ନିଜ ରାଜ୍ୟ ଜିଡିପିର ୬.୧ ପ୍ରତିଶତ କେବଳ ପୁଞ୍ଜି ଖର୍ଚ୍ଚ ପାଇଁ ପ୍ରାବଧାନ କରିଛନ୍ତି । ୫ ବର୍ଷରେ ଦେଢ଼ ଲକ୍ଷ ନିଯୁକ୍ତି ପ୍ରତିଶ୍ରୁତି ପୂରଣ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଦେଶରେ ମୋଦିଙ୍କ ନେତୃତ୍ବରେ ଓଡ଼ିଶା ସମସ୍ତେ ଦେଶରେ ୨ ମାସରେ ମାଓବାଦର ମୂଳପୋଚ୍ଛ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

 

Tags: