ସୁଭଦ୍ରା ସହାୟତା ରାଶି ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ
By: Samaya Live News
ଭୁବନେଶ୍ୱର : ୪ ଲକ୍ଷ ୫୭ ହଜାର ୬୮୧ ଜଣ ହିତାଧିକାରୀ ପାଇଲେ ସୁଭଦ୍ରା ଟଙ୍କା । ଆଜି ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ୩ କୋଟି ୧୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏମାନଙ୍କ ମଧ୍ୟରେ ନୂଆକରି ୧ ଲକ୍ଷ ୭୮ ହଜାର ୩୯୮ ଜଣ ସାମିଲ ହୋଇଛନ୍ତି । ସେହିପରି ପ୍ରଥମ ଓ ଦ୍ୱିତୀୟ କିସ୍ତିରୁ ବାଦ ପଡିଥିବା ୨ ଲକ୍ଷ ୫୫ ହଜାର ୨୬୫ ଜଣ ହିତାଧିକାରୀଙ୍କୁ ଯୋଡ଼ା ଯାଇଛି । ସେମାନେ ଏକକାଳୀନ ପାଇଛନ୍ତି ଦୁଇଟି କିସ୍ତି । ଅଭିଯୋଗ ଶୁଣାଣିରେ ୨୪ ହଜାର ୧୮ ହିତାଧିକାରୀଙ୍କୁ ଟଙ୍କା ମିଳିଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ସୁଭଦ୍ରା ଯୋଜନା ହେଉଛି ସ୍ୱାଧୀନତା ପରଠାରୁ, ସବୁଠୁ ବଡ଼ ଯୋଜନା । ମହିଳାଙ୍କ ସାମାଜିକ ଓ ଆର୍ଥିକ ଉନ୍ନତି ବିନା ରାଜ୍ୟର ବିକାଶ ହୋଇ ପାରିବ ନାହିଁ । ଆଗକୁ ବି କାହାର ଅଭିଯୋଗ ଆସିଲେ ଯୋଗ୍ୟତା ନେଇ ଯାଞ୍ଜ କରାଯାଇ ହିତାଧିକାରୀ ତାଲିକାରେ ନା ଯୋଡ଼ାଯିବ ।
ସମ୍ବନ୍ଧିତ ଖବର ଜାନୁଆରୀ ୨୩ରେ ଓଡ଼ିଶା ଗସ୍ତରେ ଆସିବେ ଉପରାଷ୍ଟ୍ରପତି
ସମ୍ବନ୍ଧିତ ଖବର ଆଜି ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ଦୁର୍ଲଭ ପଦ୍ମ ବେଶ
Tags:



