ସୁଭଦ୍ରା ସହାୟତା ରାଶି ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

୧ କୋଟି ୩ ଲକ୍ଷ ୨୬ ହଜାର ୧୬୨ ଜଣ ହିତାଧିକାରୀ ପାଇଲେ ଟଙ୍କା

ସୁଭଦ୍ରା ସହାୟତା ରାଶି ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ
Samaya Live News Picture
Published On

ଭୁବନେଶ୍ୱର :  ଆଜି ‘ସୁଭଦ୍ରା’ ସହାୟତା ରାଶି ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ନୟାଗଡ଼ ଲାଠିକଟା ଠାରେ ରାଜ୍ୟସ୍ତରୀୟ ଉତ୍ସବରେ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ୫ ହଜାର ଟଙ୍କା ଲେଖାଏଁ ପଞ୍ଚମ କିସ୍ତି ସୁଭଦ୍ରା ଟଙ୍କା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ । ରାକ୍ଷୀ ପୂର୍ଣ୍ଣିମା ଅବସରରେ ରାଜ୍ୟର ୧ କୋଟି ୩ ଲକ୍ଷ ୨୬ ହଜାର ୧୬୨ ଜଣ ହିତାଧିକାରୀ ପାଇଛନ୍ତି ସୁଭଦ୍ରା ସହାୟତା ରାଶି । ଡିବିଟି ମାଧ୍ୟମରେ ସିଧାସଳଖ ହିତାଧିକାରୀଙ୍କ ଆକାଉଣ୍ଟକୁ ଏହି ଟଙ୍କା ପଠାଯାଇଛି ।

ପୂର୍ବରୁ ସେମାନଙ୍କୁ ମିଳିନଥିବା କିସ୍ତି ସହ ବର୍ତ୍ତମାନର କିସ୍ତିକୁ ମିଶାଇ ଏକକାଳୀନ ୨୫ ହଜାର ଟଙ୍କା ପ୍ରଦାନ କରାଯାଇଛି । ଅନ୍ୟ ଯୋଗ୍ୟ ହିତାଧିକାରୀ ପଞ୍ଚମ କିସ୍ତି ବାବଦରେ ୫ ହଜାର ଟଙ୍କା ପାଇଛନ୍ତି । ପାଞ୍ଚ ବର୍ଷରେ ଜଣେ ଯୋଗ୍ୟ ହିତାଧିକାରୀ ମୋଟ ୫୦ ହଜାର ଟଙ୍କା ପାଇବାର ବ୍ୟବସ୍ଥା ରହିଛି ।

ସୂଚନାନୁସାରେ, ସୂଚନାଯୋଗ୍ୟ ଯେ, ୨୦୨୪ ମସିହାରେ ଆରମ୍ଭ ହୋଇଥିବା ଏହି ଯୋଜନା ଅଧୀନରେ ଯୋଗ୍ୟ ମହିଳାମାନଙ୍କୁ ବାର୍ଷିକ ୧୦,୦୦୦ ଟଙ୍କା ପ୍ରଦାନ କରାଯାଉଛି। ଏହି ଅର୍ଥ ରାକ୍ଷୀ ପୂର୍ଣ୍ଣିମା ଏବଂ ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ଦୁଇଟି କିସ୍ତିରେ ୫,୦୦୦ ଟଙ୍କା ଲେଖାଏଁ ପ୍ରଦାନ କରାଯାଉଛି ।

 

Tags: