ବାରବାଟୀରେ ଦମଦାର ବିଜୟ,ଟିମ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଷ୍ଟାଡିଅମର ଉନ୍ନତି କରାଯିବ,ସିଟ ସଂଖ୍ୟା ବଢିବ

ବାରବାଟୀରେ ଦମଦାର ବିଜୟ,ଟିମ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

କଟକ : ଗତକାଲି ବାରବାଟୀ ବିଜୟ ପରେ ଟିମ୍ ଇଣ୍ଡିଆକୁ ବିପୁଳ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ଦମଦାର ବିଜୟ ନେଇ ଅଧିନାୟକ ସୂର୍ଯ୍ୟକୁମାର ଓ ଟିମ୍ କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି କ୍ରୀଡ଼ାମନ୍ତ୍ରୀ, ବିଧାୟକ ପ୍ରମୁଖ ଟିମ୍ କୁ ଅଭିନନ୍ଦନ ଜଣାଇଛନ୍ତି ।

ସମ୍ବନ୍ଧିତ ଖବର  ପାଣି ବୋତଲ ଭିତରେ ଗଞ୍ଜେଇ ଚାଲାଣ

ଟିମ୍ ଇଣ୍ଡିଆର ଦମଦାର ବିଜୟ ପରେ ମୁଖ୍ୟମନ୍ତ୍ରୀ କହିଥିଲେ , ଆଜିର ମ୍ୟାଚ୍ ବହୁତ ଉତ୍କଣ୍ଠା ଭରା ଥିଲା । ହଜାର ହଜାର ଦର୍ଶକ ଏହାକୁ ଦେଖି ଆନନ୍ଦିତ ହୋଇଛନ୍ତି । ଭାରତୀୟ ଟିମ୍ ଚମତ୍କାର ପ୍ରଦର୍ଶନ କରିଛି । ଏଥର ବାରବାଟୀରେ ମ୍ୟାଚ୍ ପରିଚାଳନା ଉନ୍ନତ ମାନର ଥିଲା । ଏଥିପାଇଁ ପରିଚାଳନା ଦାୟିତ୍ୱରେ ଥିବା ସଂସ୍ଥା, ଓଡ଼ିଶା କ୍ରିକେଟ୍ ଆସୋସିଏସନ୍, ସହଯୋଗ କରୁଥିବା ପ୍ରଶାସନିକ ଟିମ୍, ପୂରା ପୋଲିସ ପ୍ରଶାସନ ଓ ଏଥିରେ ସାମିଲ ଅନ୍ୟ ସମସ୍ତଙ୍କୁ ମୁଖ୍ୟମନ୍ତ୍ରୀ ଭୂୟସୀ ପ୍ରଶଂସା କରିଥିଲେ । ଆଗକୁ ଷ୍ଟାଡିୟମରେ ଆହୁରି ମ୍ୟାଚ୍ ହେବ । ସେସବୁର ପରିଚାଳନାକୁ ଅଧିକ ଉନ୍ନତ କରାଯିବା ସହିତ ସିଟ ସଂଖ୍ୟା ବଢାଯିବ  । 

ସମ୍ବନ୍ଧିତ ଖବର ଝାରସୁଗୁଡା ଜିଲ୍ଲା ରେଳଷ୍ଟେସନରେ ନିଆଁ

 

ସମ୍ବନ୍ଧିତ ଖବର IIT କ୍ୟାମ୍ପସ ପରିସରରେ ଦୁର୍ଘଟଣା ଘଟି ଛାତ୍ରଙ୍କ ମୃତ୍ୟୁ

Tags: