ଶିଶୁ ମାନଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଶିଶୁ ମାନଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
Samaya Live News Picture
Published On

ଭୁବନେଶ୍ୱର : ଆଜି ନଭେମ୍ବର ୧୪, ଶିଶୁ ଦିବସ। ଶିଶୁ ଦିବସ ଅବସରରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟ ତଥା ଦେଶର ସମସ୍ତ ଶିଶୁଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି । ଶିଶୁମାନେ ସମାଜର ଅମୂଲ୍ୟ ସମ୍ପଦ ଏବଂ ଦେଶର ଭବିଷ୍ୟତ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ନିଜର ଅଫିସିଆଲ୍ ଏକ୍ସ ହ୍ୟାଣ୍ଡେଲ୍‌ରେ ଶୁଭେଚ୍ଛା ବାର୍ତ୍ତା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, “ଶିଶୁ ଦିବସ ଅବସରରେ ସମସ୍ତ ଶିଶୁଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା। ଶିଶୁମାନେ ହେଉଛନ୍ତି ଆମ ସମାଜର ଅମୂଲ୍ୟ ସମ୍ପଦ ଏବଂ ଦେଶର ଉଜ୍ଜ୍ୱଳ ଭବିଷ୍ୟତ।”

ଏଥିସହ ପ୍ରତ୍ୟେକ ଶିଶୁଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଗୁଣାତ୍ମକ ଶିକ୍ଷା, ସୁରକ୍ଷା ଓ ସାମଗ୍ରିକ ବିକାଶ ସୁନିଶ୍ଚିତ କରିବା ଦିଗରେ ରାଜ୍ୟ ସରକାର ପ୍ରତିବଦ୍ଧ ବୋଲି ସେ କହିଛନ୍ତି ।

ଶିଶୁ ଦିବସର ଦୁଇ ଦିନ ପୂର୍ବରୁ ଅର୍ଥାତ୍ ନଭେମ୍ବର ୧୨ ତାରିଖରେ ଭୁବନେଶ୍ୱର କ୍ୟାପିଟାଲ ହାଇସ୍କୁଲ ପଡ଼ିଆରେ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି-୨୦୨୬’ର ଉଦଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ। ନଭେମ୍ବର ୧୨ରୁ ୧୪ ତାରିଖ ପର୍ଯ୍ୟନ୍ତ ଆୟୋଜିତ ଏହି ମହୋତ୍ସବର ବିଷୟବସ୍ତୁ ରହିଛି ‘ସମୃଦ୍ଧ ଭାଷା, ସମୃଦ୍ଧ ଓଡ଼ିଶା’।

ଏହି ଅବସରରେ ୮୦୭ଟି ବିଦ୍ୟାଳୟରେ ରୋବୋଟିକ୍ସ ଲ୍ୟାବ୍ ଆରମ୍ଭ କରାଯାଇଛି। ଏଥିସହ ପ୍ରାଥମିକ ଶିକ୍ଷାକୁ ଅଧିକ ସୁଦୃଢ଼ କରିବା ପାଇଁ ‘ନିପୁଣ ଆପ୍‌’ ଲୋକାର୍ପିତ ହୋଇଥିବା ବେଳେ ୭,୩୫୦ ଜଣ ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ଓଡ଼ିଆ ଭାଷା ଛାତ୍ରବୃତ୍ତି ଘୋଷଣା କରାଯାଇଛି।ମହୋତ୍ସବରେ ଶିଶୁମାନଙ୍କୁ କେବଳ ପ୍ରଯୁକ୍ତିବିଦ୍ୟାର ଉପଭୋକ୍ତା ନୁହେଁ, ବରଂ ନୂତନ ଉଦ୍ଭାବକ ହେବାକୁ ଆହ୍ୱାନ ଦେଇଥିଲେ ମୁଖ୍ୟମନ୍ତ୍ରୀ ।

Tags: