ଅଗ୍ନିବେଶ ଅଗ୍ରୱାଲଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ
By: Samaya Live News
ଭୁବନେଶ୍ୱର : ବେଦାନ୍ତ ଗ୍ରୁପର ଅଧ୍ୟକ୍ଷ ଅନୀଲ ଅଗ୍ରୱାଲଙ୍କ ପୁତ୍ର ଅଗ୍ନିବେଶ ଅଗ୍ରୱାଲଙ୍କ ଅକାଳ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଶୋକ ପ୍ରକାଶ କରିଛନ୍ତି । ଅନୀଲଙ୍କ ଏପରି ଦୁଃଖ ସମୟରେ ପ୍ରଭୁ ଜଗନ୍ନାଥ ଧର୍ଯ୍ୟ ପ୍ରଦାନ କରନ୍ତୁ ବୋଲି ପ୍ରାର୍ଥନା କରିଛନ୍ତି । ସାମାଜିକ ଗଣମାଧ୍ୟମରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, ଶ୍ରୀ ଅଗ୍ନିବେଶ ଅଗ୍ରୱାଲଙ୍କ ଅକାଳ ବିୟୋଗରେ ମୁଁ ଗଭୀର ଦୁଃଖିତ । ଏହା ଏକ ବିରାଟ କ୍ଷତି, ଏହି କଷ୍ଟକର ସମୟରେ ମୋର ସମବେଦନା ଏବଂ ପ୍ରାର୍ଥନା ଆପଣଙ୍କ ଏବଂ ଆପଣଙ୍କ ପରିବାର ସହିତ ଅଛି। ମହାପ୍ରଭୂ ଶ୍ରୀ ଜଗନ୍ନାଥ ଆପଣଙ୍କୁ ଏହି ଦୁଃଖ ସହ୍ୟ କରିବା ପାଇଁ ଶକ୍ତି ଏବଂ ସାହସ ପ୍ରଦାନ କରନ୍ତୁ। ଓମ୍ ଶାନ୍ତି।
ସମ୍ବନ୍ଧିତ ଖବର ସ୍ବାଭାବିକ ହେଲା ଧାନ କିଣା - ମନ୍ତ୍ରୀ
Tags:



