ହାଇୱା-ବୋଲେରୋ ଧକ୍କା, ୫ ମୃତକଙ୍କ ପାଇଁ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର : ଆଜି ସକାଳେ ଯାଜପୁରଠାରେ ଘଟିଥିବା ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୫ଜଣଙ୍କର ଶୋଚନୀୟ ମୃତ୍ୟୁ ଘଟିଛି । ମୃତକ ମାନେ ହେଲେ କାନ୍ଦ ପୂର୍ତ୍ତି, ନମିତା ନାୟକ ,ଗୀତା ପୂର୍ତ୍ତି ,ବଲ୍ମା ମୁଣ୍ଡା ଏବଂ ମାଳତୀ ମୁଣ୍ଡା । ଏହାସହ ୧୧ଜଣ ଗୁରୁତର ଆହତ ହୋଇଛନ୍ତି । ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ପାଇଁ ୪ ଲକ୍ଷ ତାଙ୍କର ସହାୟତା ରାଶି ପ୍ରଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ସହାୟତା ରାଶି ଯୋଗାଇ ଦିଆଯାଇଛି । ସେହିପରି ଆହତ ମାନଙ୍କ ଉତ୍ତମ ଚିକିତ୍ସା ପାଇଁ ଉତ୍କୃଷ୍ଟ ସେବା ପ୍ରଦାନ କରିବାକୁ ନିର୍ଦେଶ ଦେଇଛନ୍ତି ।
ସୂଚନାନୁସାରେ, ଆଜି ସକାଳେ ଜାତୀୟ ରାଜପଥ ୫୩ ରେ ହାଇୱାକୁ ପଛରୁ ଧକ୍କା ଦେଇଥିଲା ବୋଲେରୋ । ଧର୍ମଶାଳା ବ୍ଲକ ଜେନାପୁର ଥାନା ଅନ୍ତର୍ଗତ ବରଡ଼ା ବେହେରା ପେଟ୍ରୋଲ୍ ଟାଙ୍କି ନିକଟରେ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ହାଇୱାକୁ ବୋଲେରୋ ଧକ୍କା ଦେଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ହୋଇଥିଲା ଯେ ମୃତଦେହ ଗୁଡିକ ରାସ୍ତାରେ ଏଣେତେଣ ଛିଟିକି ପଡିଥିବାର ଦେଖାଯାଇଥିଲା । ପିଟିଥିବା ବୋଲେରୋ ଗାଡ଼ିର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି ।




