ସ୍ବର୍ଣ୍ଣ ବିଜେତା ମହିଳା ହକି ଟିମ ପାଇଁ ପୁରସ୍କାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ସ୍ବର୍ଣ୍ଣ ବିଜେତା ମହିଳା ହକି ଟିମ ପାଇଁ ପୁରସ୍କାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ
Samaya Live News Picture
Published On

ଭୁବନେଶ୍ୱର : ସୁନା ଝିଅଙ୍କ ପାଇଁ ପୁରସ୍କାର ଘୋଷଣା । ଦୀର୍ଘ ୪୪ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟାଇ ୨୦୨୬ ଏସୀୟ କ୍ରୀଡାରେ ସ୍ୱର୍ଣ୍ଣ ପଦକ ଜିତିଥିବା ଭାରତୀୟ ମହିଳା ହକି ଟିମ ପାଇଁ ପୁରସ୍କାର ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମହିଳା ହକି ଦଳ ସ୍ୱର୍ଣ୍ଣ ଜିତିବା ସହ ସିଧାସଳଖ ଆଗାମୀ ୨୦୨୮ ଅଲିମ୍ପିକ୍ସକୁ ଯୋଗ୍ୟତା ହାସଲ କରିବାରେ ସଫଳ ହୋଇଛି । ହକି ଟିମ ର ପ୍ରତ୍ୟକ ଖେଳାଳିଙ୍କୁ ୧୧ଲକ୍ଷ ଏବଂ କୋଚ୍ ଓ ଅନ୍ୟ ସପୋର୍ଟ ଷ୍ଟାଫଙ୍କ ପାଇଁ ୫.୫ ଲକ୍ଷ ଟଙ୍କାର ପୁରସ୍କାର ପ୍ରଦାନ କରାଯିବ ।

ଦୀର୍ଘ ୨୮ ବର୍ଷ ପରେ ହକିରେ ଉଭୟ ଭାରତୀୟ ପୁରୁଷ ଓ ମହିଳା ଦଳ ଏସିଆଡ ଫାଇନାଲରେ ପ୍ରବେଶ କରିଥିଲା । ମହିଳା ଦଳ ବିଶ୍ୱର ୪ ନମ୍ବର ଦଳ ଚୀନକୁ ଭେଟିଥିଲା । ୧୦ ମିନିଟରେ ଲାଲରେମସିଆମି ଏକ ଚମତ୍କାର ଫିଲ୍ଡ ଗୋଲ୍ ଦେଇ ଦଳକୁ ଅଗ୍ରଣୀ କରାଇଥିଲେ । ୨୨ ମିନିଟରେ ଚୀନ ଆକ୍ରମଣ କରିଥିଲା । ଡି’ ସର୍କଲରେ ଭାରତୀୟ ଦଳର ତ୍ରୁଟି ଯୋଗୁ ଚୀନକୁ ପେନାଲ୍ଟି ଷ୍ଟ୍ରୋକ ମିଳିଥିଲା । ନିଶ୍ଚିତ ଗୋଲ କିନ୍ତୁ ଏହି ଚ୍ୟାଲେଞ୍ଜକୁ ସାମ୍ନା କରିଥିଲେ ଭେଟେରାନ ଗୋଲକିପର ସବିତା । ନିଜ ବାମ ପାଶ୍ୱର୍କୁ ହାଲକା ଡାଇଭ ମାରି ଚୀନର ପ୍ରୟାସକୁ ବିଫଳ କରିଦେଇଥିଲେ । ଏହାପରେ ଭାରତୀୟ ରକ୍ଷଣଭାଗ ପ୍ରାଚୀର ଭଳି ଛିଡ଼ା ହୋଇଥିଲେ । ଯାହାକୁ ଭେଦ କରିବା ଚୀନ ପକ୍ଷେ ଅସମ୍ଭବ ହୋଇ ପଡ଼ିଥିଲା । ଭାରତୀୟ ଦଳ ମଧ୍ୟରେ ଅଦ୍ଭୁତ ସନ୍ତୁଳନ ଦେଖିବାକୁ ମିଳିଥିଲା । ଯାହା ହକିରେ ଏକ ବିରାଟ ବିଜୟ ଦେଇଥିଲା ।

Tags: