ଅଜିତ ପାୱାରଙ୍କ ଅକାଳ ବିୟୋଗରେ ମୁଖ୍ୟମନ୍ତ୍ରୀ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଶୋକ ବ୍ୟକ୍ତ
"ମହାରାଷ୍ଟ୍ର ରାଜନୀତିରେ ଏକ କଳା ଦିନ" - ସଞ୍ଜୟ ରାଉତ
ଭୁବନେଶ୍ୱର : ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାରଙ୍କ ଅକାଳ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ମୁଖ୍ୟମନ୍ତ୍ରୀ ତାଙ୍କ ସୋସିଆଲ ମିଡିଆ ଏକ୍ସରେ ଲେଖିଛନ୍ତି , ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାରଙ୍କ ବିମାନ ଦୁର୍ଘଟଣାରେ ଦେହାନ୍ତ ଘଟଣା ଅତ୍ୟନ୍ତ ଦୁଃଖଦାୟକ। ତାଙ୍କ ବିୟୋଗରେ ମୁଁ ଅତ୍ୟନ୍ତ ମର୍ମାହତ। ଅଜିତ ପାଓ୍ବାର ଜଣେ ପ୍ରଖର ରାଜନେତା ଏବଂ ସମର୍ପିତ ଜନସେବକ ଥିଲେ । ତାଙ୍କ ଅକାଳ ବିୟୋଗରେ ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ମୁଁ ସମବେଦନା ଜଣାଉଛି ।
ସେହିପରି ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ଶୋକ ପ୍ରକାଶ କରି କହିଛନ୍ତି,ଏହି ଦାରୁଣ ଘଟଣାରେ ମୁଁ ସ୍ତବ୍ଧ । ବାରାମତୀ ନିକଟରେ ହୋଇଥିବା ବିମାନ ଦୁର୍ଘଟଣାରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ଏବଂ ସହଯାତ୍ରୀଙ୍କ ମୃତ୍ୟୁ ହୋଇଛି । ଏହି ବିଷୟରେ ଜାଣି ମୁଁ ଗଭୀର ଭାବେ ମର୍ମାହତ ଏବଂ ଦୁଃଖିତ। ଏହାସହିତ ମୃତକଙ୍କ ପରିବାରକୁ ସମବେଦନା ଜ୍ଞାପନ ଜଣାଇଛନ୍ତି ନବୀନ ।
ଅଜିତ ପାୱାରଙ୍କ ପରଲୋକରେ ସାରା ମହାରାଷ୍ଟ୍ରରେ ଶୋକର ଛାୟା ଖେଳିଯାଇଛି । ଏହାକୁ ନେଇ ଶିବସେନା ସାଂସଦ ସଞ୍ଜୟ ରାଉତ ଗଭୀର ଶୋକ ବ୍ୟକ୍ତ କରିବା ସହିତ ଏହାକୁ "ମହାରାଷ୍ଟ୍ର ରାଜନୀତିରେ ଏକ କଳା ଦିନ" ବୋଲି କହିଛନ୍ତି । ସେ କହିଛନ୍ତି, ଅଜିତ ପାୱାରଙ୍କ ବିନା ମହାରାଷ୍ଟ୍ର ରାଜନୀତି କିଛି ନୁହେଁ । "ଆମେ ଦାଦାଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ପାଇଁ ପ୍ରାର୍ଥନା କରୁଥିଲୁ । କିନ୍ତୁ ଦାଦା ଫେରିଲେନି । ସେ ଜଣେ ଖୋଲା ହୃଦୟର ବ୍ୟକ୍ତିତ୍ୱ ଥିଲା, ପ୍ରତ୍ୟେକ କର୍ମୀ ତାଙ୍କୁ ଭଲ ପାଉଥିଲେ । ଆଜି ମହାରାଷ୍ଟ୍ର ଉପରେ ଦୁଃଖର ପାହାଡ଼ ଖସି ପଡ଼ିଛି ।"



