ପୁରୀ ଯାଇ ମହାପ୍ରଭୁଙ୍କୁ ଦର୍ଶନ କଲେ ମୁଖ୍ୟ ନିର୍ବାଚନ କମିଶନର

ପୁରୀ ଯାଇ ମହାପ୍ରଭୁଙ୍କୁ ଦର୍ଶନ କଲେ ମୁଖ୍ୟ ନିର୍ବାଚନ କମିଶନର
Samaya Live News Picture
Published On

ଭୁବନେଶ୍ୱର : ୩ ଦିନିଆ ଓଡିଶା ଗସ୍ତରେ ଅଛନ୍ତି ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାର I ଆଜି ସକାଳେ ଭୁବନେଶ୍ୱର ବିମାନବନ୍ଦରରେ ପରିବାର ସହିତ ପହଞ୍ଚିବା ପରେ ପୁରୀ ଯାଇ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଛନ୍ତି । ମୁଖ୍ୟ ନିର୍ବାଚନ ଆୟୁକ୍ତଙ୍କ ଗସ୍ତକୁ ଆଖି ଆଗରେ ରଖି ଆଜି ପୁରୀରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ତାଙ୍କ ସାଙ୍ଗରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ମଧ୍ୟ ଉପସ୍ଥିତ ଥିଲେ। ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ସେ କୋଣାର୍କ ମଧ୍ୟ ଗସ୍ତ କରିବେ ।

୨୮ ତାରିଖ ରବିବାର ରଘୁରାଜପୁର, ଧଉଳି ଶାନ୍ତି ସ୍ତୂପ, ଖଣ୍ଡଗିରି, ଉଦୟଗିରି ଏବଂ ମୁକ୍ତେଶ୍ୱର ମନ୍ଦିର ପରିଦର୍ଶନ କରିବେ। ୨୯ତାରିଖ ଅପରାହ୍ଣ ୩ଟାରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଅଡିଟୋରିୟମରେ ବୁଥ୍‌ସ୍ତରୀୟ ଅଧିକାରୀଙ୍କ ସହ ଅନୁଷ୍ଠିତ ହେବାକୁ ଥିବା ବୈଠକରେ ଅଧ୍ୟକ୍ଷତା କରି ସେମାନଙ୍କୁ ସମ୍ବୋଧନ କରିବେ। ସେହିଦିନ ରାତିରେ ଭୁବନେଶ୍ୱରରୁ ପ୍ରତ୍ୟାବର୍ତ୍ତନ କରିବା କାର୍ଯ୍ୟକ୍ରମ ରହିଛି। ମୁଖ୍ୟ ନିର୍ବାଚନ କମିଶନର ଭାବେ ଦାୟିତ୍ଵ ନେବା ପରେ ଜ୍ଞାନେଶଙ୍କର ଏହା ପ୍ରଥମ ଓଡ଼ିଶା ଗସ୍ତ।  । 

Tags: