ଆଇଏଏସ ସ୍ତରରେ ଅଦଳ ବଦଳ

ଆଇଏଏସ ସ୍ତରରେ ଅଦଳ ବଦଳ
Samaya Live News Picture
Published On

ଭୁବନେଶ୍ୱର : ପ୍ରଶାସନିକ ସେବା ସ୍ତରରେ ଅଦଳ ବଦଳ । ଏକାଧିକ ଆଇଏଏସ ଅଧିକାରୀଙ୍କୁ ମିଳିଲା ନୂଆ ଦାୟିତ୍ୱ । ବରିଷ୍ଠ ଅଧିକାରୀମାନଙ୍କ ଦାୟିତ୍ୱରେ ପରିବର୍ତ୍ତନ କରାଯାଇ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ନୂତନ ସଚିବ ଓ ଯୁଗ୍ମ ସଚିବମାନଙ୍କୁ ନିଯୁକ୍ତି ଦିଆଯାଇଛି ।

ଏହି ଅନୁଯାୟୀ,ଯୋଜନା ଓ ସମନ୍ୱୟ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ଅନୁଜ କୁମାର ଦାସ ପଟ୍ଟନାୟକଙ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ ଜ୍ୟୋତିରଞ୍ଜନ ମିଶ୍ରଙ୍କୁ ଶିଳ୍ପ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ନିଯୁକ୍ତି ମିଳିଛି । ସେହିପରି ସଂଘମିତ୍ରା ଶତପଥୀ ଗ୍ରାମ୍ୟ ଉନ୍ନୟନ ବିଭାଗର ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିବେ।

ଗୃହ ବିଭାଗର ଯୁଗ୍ମ ସଚିବ ଭାବେ ହିମାଂଶୁ ଶେଖର ବେହେରା ଏବଂ ଶ୍ରମ ମନ୍ତ୍ରାଳୟର ଯୁଗ୍ମ ସଚିବ ଭାବେ ମଧୁମିତା ନାୟକଙ୍କୁ ନିଯୁକ୍ତ କରାଯାଇଛି । ସୁରେନ୍ଦ୍ର କୁମାର ପଣ୍ଡାଙ୍କୁ ପୂର୍ବପରି IDCOର CGM ଦାୟିତ୍ବ ଦିଆଯାଇଛି।

ସେହିପରି ,ପଞ୍ଚାୟତିରାଜ ବିଭାଗରେ ସୂର୍ଯ୍ୟନାରାୟଣ ଦାସ, ସୌଦାମିନୀ ସେଠୀ ଏବଂ ଶୁଭ୍ରା ମହାନ୍ତିଙ୍କୁ ଯୁଗ୍ମ ସଚିବ ଭାବେ ଦାୟିତ୍ୱ ଦିଆଯାଇଛି। ଅପରପକ୍ଷରେ, ଜଙ୍ଗଲ ଓ ପରିବେଶ ବିଭାଗର ଯୁଗ୍ମ ସଚିବ ଭାବେ ଜ୍ୟୋତିର୍ମୟୀ ପ୍ରଧାନ ଏବଂ ବବିତା ମହାନ୍ତିଙ୍କୁ ଦାୟିତ୍ୱ ମିଳିଛି।

 

 

 

Tags: