ଶ୍ରୀକ୍ଷେତ୍ରେ ଚନ୍ଦନଯାତ

ଓଡିଶୀ ନୃତ୍ୟରେ ମନ ମୋହୁଛନ୍ତି ଅଧ୍ୟାପକ ନୃତ୍ୟଶିଳ୍ପୀ ଡ଼କ୍ଟର ଚିତ୍ତରଞ୍ଜନ ସାହାଣୀ 

ଶ୍ରୀକ୍ଷେତ୍ରେ ଚନ୍ଦନଯାତ
Samaya Live News Picture
Published On

ଶ୍ରୀଶ୍ରୀଜଗନ୍ନାଥ ଧାମ ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ଦ୍ୱାଦଶ ଯାତ୍ରା ମଧ୍ୟରୁ ବାହାର ଚନ୍ଦନ ଯାତ୍ରା ଏକୋଇଶି ଦିନ ଧରି ଖୁଵ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ  ପାଳିତ ହେଉଅଛି । ମଣୀବିମାନରେ  ପ୍ରଭୁ ମଦନମୋହନଙ୍କ ସହ ଭୁଦେବୀ ଶ୍ରୀଦେବୀ ବା ମହାମାୟୀ ଲଷ୍ମୀ ଓ ମାଆ ସରସ୍ବତୀ ଓ ଅନ୍ୟ ପାଞ୍ଚୋଟି ବିମାନରେ ପଞ୍ଚୁ ପାଣ୍ଡଵ ବା ପଞ୍ଚମହାଦେବ ଓ ପାଲିଙ୍କିରେ ରାମକୃଷ୍ଣ ନରେନ୍ଦ୍ର ସରୋବରରେ ନନ୍ଦା ଭଦ୍ରା ଚାପରେ ନୌବିହାର କରୁଛନ୍ତି ।

WhatsApp Image 2026-05-09 at 8.50.57 PM (2)

ଏହି ଅବସରରେ ଶ୍ରୀମନ୍ଦିରରରୁ ନରେନ୍ଦ୍ର ଚକଡା ପର୍ଯ୍ୟନ୍ତ ପଟୁଆରୀ ସେବାରେ ନୃତ୍ୟ ସଂଗୀତରେ ଶ୍ରୀଜୀଉଙ୍କ ଚିତ ବିନୋଦନ କରୁଛନ୍ତି ଓଡ଼ିଆ ଭାଷା ସାହିତ୍ୟର  ବିଭାଗର ବରିଷ୍ଠ ଅଧ୍ୟାପକ ତଥା ଅନ୍ତଃରାଷ୍ଟ୍ରୀୟ ଓଡିଶୀ ନୃତ୍ୟଶିଳ୍ପୀ ଡ଼କ୍ଟର ଚିତ୍ତରଞ୍ଜନ ସାହାଣୀ.  ବିଶିଷ୍ଟ ଜଗନ୍ନାଥ ସଂସ୍କୃତି ଗବେଷକ ପ୍ରବଚକ ପଣ୍ଡିତ ସୂର୍ଯ୍ୟ ନାରାୟଣ ରଥଶର୍ମାଙ୍କ  ଚନ୍ଦନଯାତ୍ରା ସମୟରେ ବିଶେଷକରି ଚନ୍ଦନ ସଂଗୀତରେ ନୃତ୍ୟ ପରିବେଷଣ ଖୁଵ ମନୋରମ ଓ ଭାବମୟ କରୁଛି ପୁରୁଷୋତ୍ତମ କ୍ଷେତ୍ରକୁ ।

WhatsApp Image 2026-05-09 at 8.50.57 PM

ସହସ୍ରାଧିକ ଭକ୍ତ ଦର୍ଶକଙ୍କ ଗହଣରେ  ଶ୍ରୀମନ୍ଦିରରୁ ସିଂହଦ୍ୱାର ଦେଇ ବଡଦାଣ୍ଡରୁ ନରେନ୍ଦ୍ର ପୁଷ୍କରିଣୀ ପର୍ଯ୍ୟନ୍ତ  ମଣୀବିମାନ ଆଗରେ ଚନ୍ଦନ ଚକଡାରେ ଓ ନରେନ୍ଦ୍ର ପୁଷ୍କରିଣୀ କୂଳରେ ଡ଼କ୍ଟର ଚିତ୍ତରଞ୍ଜନ ଅତୀବ ଭାବମୟ, ରସାଳ ଲାଳିତ୍ୟ ପୂର୍ଣ୍ଣ  ନୃତ୍ୟରେ ମହାପ୍ରଭୁଙ୍କ ମନହରଣ କରିବା ସହ  ସାହସ୍ରାଧିକ ଭକ୍ତ ଦର୍ଶକଙ୍କ ଚିତବିନୋଦନ  କରୁଛନ୍ତି। ଦୀର୍ଘ ତିନି ଦଶନ୍ଧିରୁ ଉର୍ଦ୍ଧହେବ  ଶ୍ରୀକ୍ଷେତ୍ର ଶ୍ରୀମନ୍ଦିରରେ ବିଭିନ୍ନ ପର୍ବ ପର୍ବାଣି ଯଥା ଚନ୍ଦନ, ସ୍ନାନ, ଗୁଣ୍ଡିଚା, ବାହୁଡା଼, ନୀଳାଦ୍ରିବିଜେ, ଝୁଲଣ ଓ ଦୋଳଯାତ୍ରାରେ ମହାପ୍ରଭୁଙ୍କ ପାଇଁ ନୃତ୍ୟସେବା ଯୋଗାଇ ଦେବା ସହ  ଶେଷ ଦୁଇ ନବକଳେବର ରେ ଦାରୁ ଛେଦନ ଠାରୁ କୋଇଲି ବୈକୁଣ୍ଠ ପର୍ଯ୍ୟନ୍ତ ନୃତ୍ୟ ସେବାକାରୀ ଭାବେ ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି।

WhatsApp Image 2026-05-09 at 8.50.57 PM (2)

ଓଡ଼ିଆ ଅଧ୍ୟାପକ ଭାବେ  ଶ୍ରେଣୀଗୃହରେ କାବ୍ୟ କବିତାର ନାୟକ ନାୟିକାଙ୍କ ସମ୍ପର୍କରେ ବିଦ୍ୟାର୍ଥୀ ମାନଙ୍କୁ ପଢ଼ାଉଥିବା ବେଳେ ସନ୍ଦ୍ୟାରେ ଆଖିରେ କଜ୍ଵଳ ଲଗାଇ ସେହି ନାୟକ ନାୟିକାଙ୍କ ଚରିତ୍ରରେ ମଞ୍ଚରେ ନୃତ୍ୟ ପରିବେଷଣ ମୋତେ ଖୁଵ ଆନନ୍ଦ ଦିଏ ଓ ଆଖିଆଗରେ ମହାପ୍ରଭୁଙ୍କୁ ଦେଖିକି ତାଙ୍କରି ନୃତ୍ୟ ତାଙ୍କ ଆଗରେ ନାଚିବାର ଅନୁଭୂତି ଶବ୍ଦରେ କହିହେବ ନାହିଁ ବୋଲି କୁହନ୍ତି ଡ଼କ୍ଟର ଚିତ୍ତରଞ୍ଜନ ସାହାଣୀ ।

Tags: