୨୮ ରେ ଜରାୟୁ କର୍କଟ ଟୀକା
ଭୁବନେଶ୍ୱର : ୨୮ ରେ ଜରାୟୁ କର୍କଟ ଟୀକାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ୧୪ ବର୍ଷ ଯାଏଁ କିଶୋରୀଙ୍କୁ ଏହି ଟୀକାର ସିଙ୍ଗଲ ଡୋଜ ଦିଆଯିବ । ଏନେଇ ଆସିଛି ସ୍ୱତନ୍ତ୍ର ଗାଇଡଲାଇନ । ୨୦୨୬-୨୭ ରେ ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ କର୍କଟ ଚିକିତ୍ସା ସେବା । ଏଥିରେ ୩୧୧ କୋଟି ଟଙ୍କା ଖର୍ଚ୍ଚ ହେବ, ଯେଉଁଥିରେ ସବୁ ପ୍ରକାର କର୍କଟ ରୋଗ ପ୍ରତିହତ କରାଯିବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି।
ପୂର୍ବରୁ ଏହା ଘରୋଇ ହସ୍ପିଟାଲରେ ମିଳୁଥିଲା। ଏବେ ମାଗଣାରେ ସରକାରୀ ହସ୍ପିଟାଲରେ ମିଳିବ। ଏହାକୁ ଆସନ୍ତା ଫେବୃଆରୀ ୨୮ ରେ ଆଭାସୀ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଉଦଘାଟନ କରିବେ ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ଶକ୍ତି ମିଶ୍ର। ଏହି ଟିକା ୧୪ ବର୍ଷ କିଶୋରୀଙ୍କୁ ଦିଆଯିବ। ଯେଉଁ ସରକାରୀ ହସ୍ପିଟାଲରେ କୋଲଡ଼ ଚେନ ଅଛି, ସେଠାରେ ଏହା ମିଳିବ । ପ୍ରଥମେ ମହିଳା ଜନସଂଖ୍ୟାର ୧ % ଙ୍କୁ ଦିଆଯିବ। ପର୍ଯ୍ୟାୟକ୍ରମେ ୪୦ ବର୍ଷ ଯାଏଁ ସବୁ ମହିଳାଙ୍କୁ ଦିଆଯିବ ୧୪ ବର୍ଷରୁ ଗର୍ଭଧାରଣ କ୍ଷମତା ଥିବାରୁ, ଏହା ଦିଆଯିବ। ଏହା ପ୍ରାଥମିକ ଭାବେ ତିନି ମାସ ଯାଏଁ ଦିଆଯିବ। ତା ପରେ ପର୍ଯ୍ୟାୟକ୍ରମେ ଦିଆଯିବ। ଏହାର କିଛି ପାର୍ଶ୍ଵପ୍ରତିକ୍ରିୟା ନାହିଁ। ଓଡ଼ିଶାରେ ୨ .୫ ଲକ୍ଷ ମହିଳାଙ୍କୁ ଦିଆଯିବ ଏହି ଟିକା। ଏବେ ଏହି ଟିକା ସବୁ ଜିଲ୍ଲାକୁ ଦିଆ ସରିଲାଣି ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ।



