ବାତ୍ୟା ମୁକାବିଲା, ଆବଶ୍ୟକ ପଡିଲେ ଅଧିକ NDRF ଯୋଗାଇବ କେନ୍ଦ୍ର

ବାତ୍ୟା ମୁକାବିଲା, ଆବଶ୍ୟକ ପଡିଲେ ଅଧିକ NDRF ଯୋଗାଇବ କେନ୍ଦ୍ର
Samaya Live News Picture
Published On

ଭୁବନେଶ୍ୱର : ବାତ୍ୟା 'ଅର୍ଣ୍ଣବ' କୁ ନେଇ ଆଲର୍ଟରେ ଅଛନ୍ତି ରାଜ୍ୟ ସରକାର । ଆଜି ବାତ୍ୟା ପ୍ରସ୍ତୁତି ସମୀକ୍ଷା କରିଛନ୍ତି କେନ୍ଦ୍ର କ୍ୟାବିନେଟ୍ ସଚିବ । ଓଡ଼ିଶାରେ ବାତ୍ୟାକୁ ନେଇ କିପରି ରହିଛି ପ୍ରସ୍ତୁତି । ଏନେଇ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କୁ ଠାରୁ ବୁଝିଲେ କେନ୍ଦ୍ର କ୍ୟାବିନେଟ ସଚିବ । ଦକ୍ଷିଣ ଓଡିଶାର ଜିଲ୍ଲା ଗୁଡିକରେ କଣ ପଦକ୍ଷେପ ନିଆଯାଇଛି ତାହା କେନ୍ଦ୍ର ସଚିବଙ୍କୁ ଅବଗତ କରାଯାଇଛି । କୋରାପୁଟ, ରାୟଗଡା, ମାଲକାନଗିରି, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ବର୍ଷା, ପବନ ଅଧିକ ହେବ ।

ବୈଠକ ଶେଷ ପରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କହିଛନ୍ତି ଯେ, ଓଡ଼ିଶାରେ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇସାରିଛି । ଦକ୍ଷିଣ ଓଡ଼ିଶା ଆମର ପ୍ରଭାବିତ ହେବ । ସେଥିପାଇଁ ବରିଷ୍ଟ ଅଧିକାରୀଙ୍କୁ ମଧ୍ୟ ମୁକାବିଲା ପାଇଁ ପଠାଯାଇଛି । ବିଦ୍ୟୁତ୍, ଜଳ ସମ୍ପଦ ବିଭାଗକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । କୋଷ୍ଟଗାର୍ଡ ପକ୍ଷରୁ ସମସ୍ତ ମତ୍ସ୍ୟଜୀବୀଙ୍କ ଉପରେ ନଜର ରଖାଯାଇଛି। ଏପିରିକି ସମସ୍ତ ମତ୍ସ୍ୟଜୀବୀମାନେ ସମୁଦ୍ରରୁ ବାହାରିଥିବା ନିଶ୍ଚିତ କରାଯାଇଛି ।

ସେହିପରି ସମୁଦ୍ର ଭିତରେ ଥିବା ମତ୍ସ୍ୟଜୀବୀ ଫେରି ଆସିଛନ୍ତି । ଦକ୍ଷିଣ ଓଡ଼ିଶାର ଏହି ଜିଲ୍ଲା ଗୁଡିକରେ ୩ ହଜାର ଗର୍ଭବତୀ ମହିଳାଙ୍କୁ ଚିହ୍ନଟ କରାଯାଇଛି  ସେମାନଙ୍କୁ ମେଡିକାଲ ସ୍ଥାନାନ୍ତରିତ କରାଯିବ।ଆଶ୍ରୟସ୍ଥଳୀ ପ୍ରସ୍ତୁତ କରି ରଖାଯାଇଛି ।

ଛତିଶଗଡରେ ବର୍ଷା ହେବ। ସେମାନଙ୍କ ସହିତ ଯୋଗାଯୋଗରେ ରହିଛୁ । ବାତ୍ୟା ଲ୍ୟାଣ୍ଡଫଲ କରିବା ପରେ ରିକର୍ଭ କରି ଛତିଶଗଡ଼ ଯିବ । ବସ୍ତର ଅଞ୍ଚଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଯଦି ଡ୍ୟାମ ଖୋଲନ୍ତି, ତେବେ ପରିଚାଳନା ପାଇଁ ଏକ ଟିମ ଗଠନ କରାଯାଇ ଛତିଶଗଡ ସରକାରଙ୍କ ଯୋଗାଯୋଗରେ ରହିଛନ୍ତି । ଯଦି ସେମାନେ ପାଣି ଛାଡିବେ, ତେବେ ଆମକୁ ଜଣାଇବେ । ସମସ୍ତ ପ୍ରକାର ସହାୟତା ପାଇଁ କେନ୍ଦ୍ର ସରକାର ପ୍ରସ୍ତୁତ ବୋଲି ବୈଠକରେ କ୍ୟାବିନେଟ ସଚିବ ଆଲୋଚନା କରିଥିଲେ ।

Tags: