ପଦ୍ମ ପୁରସ୍କାର ଘୋଷଣା କଲେ କେନ୍ଦ୍ର ସରକାର

ଓଡିଶାରୁ ୪ ଜଣ ପାଇବେ ସମ୍ମାନଜନକ ପୁରସ୍କାର

ପଦ୍ମ ପୁରସ୍କାର ଘୋଷଣା କଲେ କେନ୍ଦ୍ର ସରକାର
Samaya Live News Picture
Published On

ଭୁବନେଶ୍ୱର :  ୨୦୨୬ ମସିହା ପାଇଁ ପଦ୍ମ ପୁରସ୍କାର ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ଏଥର ଦେଶର ସମୁଦାୟ ୧୩୧ ଜଣଙ୍କୁ ପଦ୍ମ ପୁରସ୍କାରରେ ସମ୍ମାନିତ କରାଯିବ। ଏହି କ୍ରମରେ ଚଳିତ ଥର ଓଡ଼ିଶାରୁ ପଦ୍ମ ପୁରସ୍କାର ପାଇଁ ୪ ଜଣକୁ ଚୟନ କରାଯାଇଛି। ସେମାନଙ୍କ ମଧ୍ୟରେ ଦୁଇ ଜଣକୁ ସାହିତ୍ୟ ଏବଂ ଶିକ୍ଷା ବର୍ଗରେ ଚୟନ କରାଯାଇଥିବାବେଳେ, ୨ ଜଣକୁ କଳା କ୍ଷେତ୍ରରେ ଉତ୍କୃଷ୍ଟ ଅବଦାନ ପାଇଁ ଚୟନ କରାଯାଇଛି।  l 

ଗୃହ ମନ୍ତ୍ରଣାଳୟ ତରଫରୁ ଜାରି ବିଜ୍ଞପ୍ତି ଅନୁସାରେ, ଓଡ଼ିଶାରୁ ଯେଉଁ ୪ ଜଣଙ୍କ ପଦ୍ମ ପୁରସ୍କାରରେ ସମ୍ମାନିତ କରାଯିବ ସେମାନେ ହେଲେ, ସାହିତ୍ୟ ଏବଂ ଶିକ୍ଷା ବର୍ଗରେ ଚରଣ ହେମ୍ବ୍ରମ ଏବଂ ମହେନ୍ଦ୍ର କୁମାର ମିଶ୍ର। ସେହିଭଳି କଳା ବର୍ଗରେ ଉତ୍କୃଷ୍ଟ ଅବଦାନ ପାଇଁ ଶରତ କୁମାର ପାତ୍ର ଏବଂ  ସୀମାଞ୍ଚଳ ପାତ୍ର ପଦ୍ମ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି। ଏହି ଚାରି ଜଣଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯିବ।

ରାଷ୍ଟ୍ରପତି ନିଜେ ଏହି ସମସ୍ତ ବ୍ୟକ୍ତିବିଶେଷଙ୍କୁ ପୁରସ୍କାର ପ୍ରଦାନ କରିବେ। ସେମାନଙ୍କୁ ରାଷ୍ଟ୍ରପତି ଭବନରେ ସମ୍ମାନିତ କରିବେ। ଏହି ସମ୍ମାନ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ବ୍ୟକ୍ତିମାନଙ୍କୁ ଦିଆଯିବ।  ସମ୍ଭବତଃ ୨୦୨୬ ମାର୍ଚ୍ଚ କିମ୍ବା ଏପ୍ରିଲରେ ରାଷ୍ଟ୍ରପତି ଭବନରେ ଏକ ଆନୁଷ୍ଠାନିକ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ପଦ୍ମ ପୁରସ୍କାର ପ୍ରଦାନ କରିବେ।

 ସମ୍ମାନଜନକ ଭାରତ ରତ୍ନ (ସର୍ବୋଚ୍ଚ ନାଗରିକ ପୁରସ୍କାର) ପରେ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ହେଉଛି ପଦ୍ମ ପୁରସ୍କାର ।  ପ୍ରତିବର୍ଷ ଗଣତନ୍ତ୍ର ଦିବସ (ଜାନୁଆରୀ ୨୬) ପୂର୍ବ ସନ୍ଧ୍ୟାରେ ବିଜେତାମାନଙ୍କର ନାମ ଘୋଷଣା କରାଯାଏ ।  ପଦ୍ମ ପୁରସ୍କାରରେ ପଦ୍ମ ବିଭୂଷଣ, ପଦ୍ମ ଭୂଷଣ ଏବଂ ପଦ୍ମଶ୍ରୀ ଅନ୍ତର୍ଭୁକ୍ତ ।  ନାମାଙ୍କନ ପ୍ରକ୍ରିୟା ଗତ ବର୍ଷ ମାର୍ଚ୍ଚ ୧୫ ତାରିଖରେ ଆରମ୍ଭ ହୋଇଥିଲା ଏବଂ ଜୁଲାଇ ୩୧ ତାରିଖରେ ବନ୍ଦ ହୋଇଥିଲା ।

 

Tags: