ଦିନ ୧୧ ଟାରୁ ଅପରାହ୍ନ ୩ଟା ଯାଏଁ ବନ୍ଦ ରହିବ ଜନଗଣନା
ଭୁବନେଶ୍ୱର : ଦିନ ୧୧ଟାରୁ ଅପରାହ୍ନ ୩ଟା ଯାଏଁ ବନ୍ଦ ରହିବ ଜନଗଣନା !ପ୍ରଚଣ୍ଡ ଗ୍ରୀଷ୍ମାକୁ ଦୃଷ୍ଟିରେ ଏହି ନିଷ୍ପତି ନିଆଯାଇଛି । ଏନେଇ ସୂଚନା ଦେଇଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ଜନଗଣନା ନିର୍ଦେଶକଙ୍କ ସହ ବୈଠକ ପରେ ଏହି ନିଷ୍ପତି ନିଆଯାଇଛି । ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିଶନରଙ୍କୁ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଚିଠି କରିଛି ।
ମନ୍ତ୍ରୀ କହିଛନ୍ତି ଘରକୁ ଘର ଯାଇ ଜନଗଣନା କରିବା ଏକ ଚ୍ୟାଲେଞ୍ଜ। ଦିନକୁ ଦିନ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଏକ ବଡ ସମସ୍ୟା ପାଲଟିଛି। ଏହାରି ମଧ୍ୟରେ କିଛି କର୍ମଚାରୀ ଅସୁସ୍ଥ ହେବାର ଖବର ଆସିଛି । ସରକାରୀ କର୍ମଚାରୀ ଓ ଲୋକଙ୍କ ସୁରକ୍ଷା ବଡ଼ ଦାୟିତ୍ୱ । ଜନଗଣନାକୁ ନେଇ ଶୀଘ୍ର SOP ପ୍ରକାଶ ପାଇବ । ଜନଗଣନାରେ ନିୟୋଜିତ ଥିବା ସରକାରୀ କର୍ମଚାରୀଙ୍କ ସୁରକ୍ଷା ପାଇଁ ପଦକ୍ଷେପ ନେବା ସହ ସୁରକ୍ଷା ପାଇଁ ଆସିବ ନୂଆ SOP ।
ସେପଟେ, ଯେଉଁଠି ଆକ୍ରମଣ ହୋଇଛି । ସେହି ଘଟଣା ଉପରେ ଗୃହ ସଚିବ ଓ ଡିଜିଙ୍କ ସହ ଆଲୋଚନା ହୋଇଛି । ଅପରାଧୀଙ୍କ ସ୍ଥାନ ନାହିଁ । ଯିଏ ଆକ୍ରମଣର କରିଥିବ, ସେ ଦୋଷୀ ପାତାଳରେ ଲୁଚି ରହିଥିଲେ ବି ଖୋଜିକି ଆଣିବୁ । ଗୃହ ବିଭାଗ ସହ ଏନେଇ ଆଲୋଚନା କରାଯିବ ।
ସେପଟେ, ପ୍ରଚଣ୍ଡ ଖରାରେ ଜଳୁଛି ପଶ୍ଚିମାଞ୍ଚଳ । ୨୩ ତାରିଖ ପର୍ଯ୍ୟନ୍ତ କିଛି ସ୍ଥାନରେ ସ୍କୁଲ କଲେଜ ବନ୍ଦ କରାଯାଇଛି । ସୁନ୍ଦରଗଡ଼ରେ ହିଟ ୱେଭ ପାଇଁ ୨୭ତାରିଖ ସମସ୍ତ ସରକାରୀ/ବେସରକାରୀ ସ୍କୁଲ କଲେଜ ଛୁଟି ଘୋଷଣା କରାଯାଇଛି । ସମସ୍ତ OAV ମଧ୍ୟ ବନ୍ଦ ରହିବ । ଆବଶ୍ୟକ ପଡ଼ିଲେ ଆଗକୁ ମଧ୍ୟ ସ୍କୁଲ ବନ୍ଦ ଅବଧି ବଢିବ ବୋଲି କହିଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ମନ୍ତ୍ରୀ ।



