୩ ମାସ ମଧ୍ୟରେ ଗଣତି ମଣତି ସାର - ହାଇକୋର୍ଟ

୩ ମାସ ମଧ୍ୟରେ ଗଣତି ମଣତି ସାର - ହାଇକୋର୍ଟ

ପୁରୀ: ୩ ମାସ ମଧ୍ୟରେ ରତ୍ନଭଣ୍ଡାର ଗଣତି ମଣତି କାର୍ଯ୍ୟ ସମ୍ପୂର୍ଣ୍ଣ ସାରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ୧୯୭୮ ଗଣତି ମଣତି ସହିତ ବର୍ତ୍ତମାନର ଗଣତି ମଣତି ମେଳ କରିବାକୁ ନିର୍ଦ୍ଦେଶ ରହିଛି । ୩ ମାସ ପରେ ଏ ନେଇ ହାଇକୋର୍ଟରେ କମ୍ପ୍ଲାଏନ୍ସ ରିପୋର୍ଟ ଦାଖଲ କରିବେ ରାଜ୍ୟ ସରକାର ।

ସମ୍ବନ୍ଧିତ ଖବର ପ୍ରଥମ ଥର ରାଜ୍ୟ ବାହାରେ ହେବ 'ଓଡିଶା ମହୋତ୍ସବ'

ସେହିପରି ରତ୍ନଭଣ୍ଡାର ଚାବି ହଜିବା ରିପୋର୍ଟ ନେଇ ହାଇକୋର୍ଟଙ୍କ ବଡ଼ ନିର୍ଦ୍ଦେଶ । ଆସନ୍ତା ବିଧାନସଭା ଅଧିବେଶନରେ ରିପୋର୍ଟ ଉପସ୍ଥାପନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଜଷ୍ଟିସ ରଘୁବୀର ଦାସ କମିଶନଙ୍କ ରିପୋର୍ଟ ଉପସ୍ଥାପନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । 

ସମ୍ବନ୍ଧିତ ଖବର ଟ୍ରେନରୁ ରେଳଯାତ୍ରୀଙ୍କ ମୃତଦେହ ଉଦ୍ଧାର

୨୦୧୮ ମସିହାରେ ଚାବି ହଜିଥିବା ବେଳେ ତଦନ୍ତ ନେଇ ଏକ କମିଶନ ମଧ୍ୟ ଗଠନ କରାଯାଇଥିଲା । ତେବେ ପରବର୍ତ୍ତି ସମୟରେ ରତ୍ନଭଣ୍ଡାରରେ ପାଣି ଜମିବା ପ୍ରସଙ୍ଗ ଉଠିଥିଲା । ତେବେ ଏହି ପ୍ରସଙ୍ଗରେ ହାଇକୋର୍ଟ ଅନେକ ବାର ନିର୍ଦ୍ଦେଶ ଦେଇଥିଲେ । ତେବେ ଏଏସଆଇ ପକ୍ଷରୁ ରତ୍ନଭଣ୍ଡାର ମରାମତି କାର୍ଯ୍ୟ କରାଯାଇଥିଲା । ତେବେ ଏହି କାର୍ଯ୍ୟ ଶେଷ ହେବା ପରେ ଗଣତିମଣତି ସାରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ସମ୍ବନ୍ଧିତ ଖବର ରାଜସ୍ବ ମନ୍ତ୍ରୀ ଅସୁସ୍ଥ ଏମ୍ସ ରେ ଭର୍ତ୍ତି

 

 

Tags: