ଫେବୃଆରୀ ୧୫ ରୁ କଟକରେ ଜନଗଣନା ଆରମ୍ଭ
By: Samaya Live News
ଭୁବନେଶ୍ୱର : ଫେବ୍ରୁଆରୀ ୧୫ରୁ କଟକ ଜିଲାରୁ ଆରମ୍ଭ ହେବ ଜନଗଣନା । ଏପ୍ରିଲ ସୁଦ୍ଧା ଘର ଗଣନା ପରେ ଆରମ୍ଭ ହେବ ଜନଗଣନା । ଜନଗଣନା କାର୍ଯ୍ୟକୁ ଡିଜିଟାଲ ପ୍ରକ୍ରିୟାରେ କରାଯିବ । ଏନେଇ କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଓସାହେବ ସିନେ୍ଧ ସୂଚନା ଦେଇଛନ୍ତି ।
ସମ୍ବନ୍ଧିତ ଖବର ସାଇବର ଠକ ଗିରଫ
ସୂଚନା ଅନୁସାରେ, ଏଥର ଗଣନା ସମୟରେ ଘର ମୁରବୀମାନଙ୍କ ଠାରୁ ୩୩ପ୍ରଶ୍ନର ଉତ୍ତର ତଥ୍ୟ ଗଣନା ଅଧିକାରୀମାନେ ସଂଗ୍ରହ କରିବେ । ସଂଗ୍ରହ କରିଥିବା ତଥ୍ୟ ମଧ୍ୟରେ ଘର ସଂଖ୍ୟା, ଗୃହ, କାନ୍ଥର ନିର୍ମାଣ କେଉଁ ସାମଗ୍ରୀ ହୋଇଛି, ବ୍ୟବହୃତ କୋଠରୀ, ଜାତି, ଲିଙ୍ଗ, ପରିବାର ସଦସ୍ୟ, ରହୁଥିବା ଦମ୍ପତି ତଥ୍ୟ ସଂଗ୍ରହ କରାଯିବ । ସେହିପରି ଭିଡ଼ିଓ, ଲାପଟପ୍, ସାଇକେଲ ସ୍କୁଟର, ବାଇକ, ଚାରିଚକିଆ, ଟେଲିଫୋନ୍, ମୋବାଇଲ, ସ୍ମାର୍ଟ ଫୋନ ବ୍ୟବହାର ତଥ୍ୟ ସଂଗ୍ରହ କରାଯିବ । ଏହା ବ୍ୟତିତ ଶୌଚାଳୟ ଓ ରୋଷେଇ ଘରେ ଗ୍ୟାସ ସଂଯୋଗ ଅଛି ନା’ ନାହିଁ, ପାନୀୟ ଜଳ ଓ ବିଦ୍ୟୁତ ଶକ୍ତି ଉତ୍ସ ଏବଂ ଜଳନିଷ୍କାସନ ଭଳି ତଥ୍ୟ ସଂଗ୍ରହ କରାଯିବ ।
ସମ୍ବନ୍ଧିତ ଖବର ସରିଲା କ୍ୟାବିନେଟ,୧୨ ଗୁରୁତ୍ତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର
ସମ୍ବନ୍ଧିତ ଖବର ପୁରୀ ଜିଲ୍ଲାପାଳଙ୍କୁ ଅଦାଲତ ଅବମାନନା ନୋଟିସ
Tags:



