ଜନଗଣନା ୨୦୨୭ , ସାମିଲ ହେବେ ଘରୋଇ ସ୍କୁଲ ଶିକ୍ଷକ

ଜନଗଣନା ୨୦୨୭ , ସାମିଲ ହେବେ ଘରୋଇ ସ୍କୁଲ ଶିକ୍ଷକ
Samaya Live News Picture
Published On

ଭୁବନେଶ୍ୱର : ଜନଗଣନା ପାଇଁ ସରକାରଙ୍କ କଡା ନିର୍ଦ୍ଦେଶ । ଜନଗଣନା ଡ୍ୟୁଟିରେ ସାମିଲ ହେବେ ଘରୋଇ ସ୍କୁଲ ଶିକ୍ଷକ । ମନା କଲେ ହେବ କାର୍ଯ୍ୟାନୁଷ୍ଠାନ । ସେହିପରି ଜନଗଣନା କାମରେ ଶିକ୍ଷକଙ୍କୁ ଅଟକାଇଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ। ଜନଗଣନା କାର୍ଯ୍ୟ ‘ସେନସସ୍ ଆକ୍ଟ-୧୯୪୮’ ଅନୁସାରେ ବାଧ୍ୟତାମୂଳକ ଓ ବୈଧ କାର୍ଯ୍ୟ ବୋଲି ପତ୍ରରେ ଉଲ୍ଲେଖ ହୋଇଛି । ଓଡ଼ିଶାରେ ଚାଲିଥିବା ଜନଗଣନା-୨୦୨୭ କାର୍ଯ୍ୟକୁ ନେଇ ରାଜ୍ୟ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । 

ସରକାରଙ୍କ ନିଷ୍ପତ୍ତି ଅନୁସାରେ ଏଣିକି କେବଳ ସରକାରୀ ନୁହେଁ ବରଂ ସମସ୍ତ ଘରୋଇ ସ୍କୁଲର ଶିକ୍ଷକ ଓ କର୍ମଚାରୀମାନଙ୍କୁ ମଧ୍ୟ ଜନଗଣନା କାର୍ଯ୍ୟରେ ନିୟୋଜିତ ହେବାକୁ ପଡ଼ିବ । ଏଥିରେ କୌଣସି ପ୍ରକାର ଅବହେଳା ବା ବାଧା ସୃଷ୍ଟି କଲେ ସମ୍ପୃକ୍ତ ସ୍କୁଲ କର୍ତ୍ତୃପକ୍ଷଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । କିଛି ଘରୋଇ ସ୍କୁଲ କର୍ତ୍ତୃପକ୍ଷ ନିଜ ଶିକ୍ଷକମାନଙ୍କୁ ଜନଗଣନା କାର୍ଯ୍ୟ ପାଇଁ ଛାଡୁନଥିବା ନେଇ ସରକାରଙ୍କ ପାଖରେ ଅଭିଯୋଗ ହୋଇଥିଲା । ଏହାକୁ ଗମ୍ଭୀରତାର ସହ ନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ ଦୁର୍ଗା ପ୍ରସାଦ ମହାପାତ୍ର ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି ।

ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ବର୍ତ୍ତମାନ ଜାରି ରହିଛି । ଯାହା ଆସନ୍ତା ମେ ୧୫ ସୁଦ୍ଧା ଶେଷ ହେବାକୁ ଲକ୍ଷ୍ୟ ରଖାଯାଇଛି । ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଯେ, ସେମାନେ ନିଜ ନିଜ ଜିଲ୍ଲାର ସମସ୍ତ ସ୍କୁଲ ପରିଚାଳନା କମିଟିକୁ ଏହି ନିୟମ ବିଷୟରେ ଜଣାଇବେ । ଜନଗଣନା ଡ୍ୟୁଟି ପାଇଁ ମନୋନୀତ ହୋଇଥିବା ଶିକ୍ଷକ ଓ କର୍ମଚାରୀମାନଙ୍କୁ ତୁରନ୍ତ ଛାଡ଼ିବାକୁ ସ୍କୁଲଗୁଡ଼ିକୁ କୁହାଯାଇଛି । 

Tags: