ବିଜେପି ପାର୍ଟି ଅଫିସରେ ସେଲେବ୍ରେସନ
By: Samaya Live News
ଭୁବନେଶ୍ୱର: ନୂଆପଡା ଉପନିର୍ବାଚନରେ ବିଜେପିକୁ ମିଳିଛି ଅଭୂତପୂର୍ବ ସଫଳତା । ପ୍ରାରମ୍ଭିକ ପର୍ଯ୍ୟାୟରେ ଭୋଟ ଗଣତି ଅନୁସାରେ ୨୬ ତମ ରାଉଣ୍ଡରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ୧ଲକ୍ଷ ୨୨ ହଜାର ୮୯୮ ଖଣ୍ଡ ଭୋଟ ରେ ଆଗୁଆ ଅଛନ୍ତି I କଂଗ୍ରେସର ଘାସିରାମ ମାଝୀଙ୍କୁ ୩୯ ହଜାର ୯୮୭ ଖଣ୍ଡ ଭୋଟରେ ୨ୟ ସ୍ଥାନ ଏବଂ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ୩୮୦୧୧ ଭୋଟ ପାଇ ୩ୟ ସ୍ଥାନରେ ରହିଛନ୍ତି I
କୁହାଯାଉଛି ଏଠାରେ ଜୟ ଢୋଲକିଆ ୮୨ ହଜାରରୁ ଅଧିକ ଭୋଟର ଆଗୁଆ ରହିଛନ୍ତି । ବିଜେପିର ଏହି ସଫଳତା ପାଇଁ ପାର୍ଟି ଅଫିସରେ ସେଲିବ୍ରେସନ ଆରମ୍ଭ ହୋଇଛି । ବାଜା, ଢୋଲ ବଜାଇବା ସହ ମିଠା ବାଣ୍ଟି ପରସ୍ପରକୁ ଶୁଭେଚ୍ଛା ଜଣାଇଛନ୍ତି ବିଜେପି କର୍ମୀ ।
Tags:


