ସବୁ ଆପାର୍ଟମେଣ୍ଟ ରେ ଲାଗିବ ସିସିଟିଭି
ଭୁବନେଶ୍ୱର : କମିଶନରେଟ ପୋଲିସକୁ ନାଗରିକଙ୍କ ସୁରକ୍ଷା ଚିନ୍ତା । ଏଣିକି ରାଜଧାନୀରେ ଥିବା ସମସ୍ତ ଆପାର୍ଟମେଣ୍ଟରେ ଲାଗିବ ସିସିଟିଭି । ଆପାର୍ଟମେଣ୍ଟର ସୁରକ୍ଷା ବ୍ୟବସ୍ଥା ନେଇ ପୂର୍ବରୁ ବିଭିନ୍ନ ଆପାର୍ଟମେଣ୍ଟର ପ୍ରେସିଡେଣ୍ଟ ଓ ସେକ୍ରେଟେରୀଙ୍କ ସହ କମିଶନରେଟ ପୁଲିସର ଆଲୋଚନା ହୋଇଥିଲା । ଆପାର୍ଟମେଣ୍ଟ ସୁରକ୍ଷାକୁ ନେଇ ରାଜଧାନୀର ବିଭିନ୍ନ ଆପାର୍ଟମେଣ୍ଟରେ ନୋଟିସ ଲଗାଇଛି କମିଶନରେଟ ପୋଲିସ । ଏହି ନୋଟିସ ଅନୁସାରେ ସବୁ ଆପାର୍ଟମେଣ୍ଟରେ IP ଏନେବଲ କ୍ୟାମେରା ଲଗାଇବାକୁ ବାଧ୍ୟତାମୂଳକ କରାଯାଇଛି । ଏନେଇ ବିଲ୍ଡର୍ସ, ଆପାର୍ଟମେଣ୍ଟ ମେମ୍ବର, ଆପାର୍ଟମେଣ୍ଟ ଓ୍ବେଲଫେୟାର କମିଟି ଏବଂ ସୋସାଇଟିକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଯଦି କୌଣସି ଆପାର୍ଟମେଣ୍ଟ ଏହି ନିୟମକୁ ନମାନନ୍ତି ତେବେ ଶେଷ ତାଗିଦ୍ ଓ ସଚେତନ ପରେ କଡ଼ା ଆକ୍ସନ ନିଆଯିବ । ନୋଟିସ ଅନୁସାରେ ଗତକାଲି ବଡ଼ଗଡ଼ ଅଂଚଳରେ ଗୋଟିଏ ଆପାର୍ଟମେଣ୍ଟରେ ସିସିଟିଭି ଲଗାଯାଇଛି I ଏହାଦ୍ବାରା ଆପାର୍ଟମେଣ୍ଟରେ ଘଟୁଥିବା ଅପରାଧକୁ ରୋକିବାରେ ସହାୟକ ହେବ ବୋଲି କୁହାଯାଇଛି।




