ରାଜ୍ୟରେ ୭୪ଟି ଥାନାରେ କାମ କରୁନାହିଁ ସିସିଟିଭି

ରାଜ୍ୟରେ ୭୪ଟି ଥାନାରେ କାମ କରୁନାହିଁ ସିସିଟିଭି
Samaya Live News Picture
Published On

ଭୁବନେଶ୍ୱର : ରାଜ୍ୟରେ ୭୦୬ଟି ଥାନା ରହିଛି । ସେଥିରୁ ୬୩୨ଟି ଥାନାରେ ସିସିଟିଭି ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟ କରୁଛି । ବଳକା ୭୪ ଥାନାରେ ସିସିଟିଭି ଅଚଳ ରହିଛି କିମ୍ବା ଲାଗିନଥିବା ଜଣାପଡ଼ିଛି। ଭୁବନେଶ୍ବରର ଦୁଇଟି ଥାନାରେ ସିସିଟିଭି କାମ କରୁନି । କଟକର ୩ଟି ଥାନାରେ ସିସିଟିଭି ଅଚଳ ରହିଛି। ଭୁବନେଶ୍ବର ଓ କଟକର ଗୋଟିଏ ଲେଖାଏଁ ଥାନାରେ ସିସିଟିଭି ଲାଗିନି। ଅନୁରୂପ ଭାବେ ୫୫୩ ଥାନାରେ ଆଗନ୍ତୁକଙ୍କ ଲାଗି ଅପେକ୍ଷା ଗୃହ ରହିଛି। ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ପ୍ରଶ୍ନରେ ଗୃହରେ ଏହି ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

 

Tags: