ଆସନ୍ତା କାଲିଠାରୁ ସିବିଏସଇ ଦଶମ ଓ ଦ୍ୱାଦଶ ବୋର୍ଡ

ସକାଳ ୧୦ଟା ସୁଦ୍ଧା ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାକୁ ନିର୍ଦେଶ

ଆସନ୍ତା କାଲିଠାରୁ ସିବିଏସଇ ଦଶମ ଓ ଦ୍ୱାଦଶ ବୋର୍ଡ

ଭୁବନେଶ୍ୱର: ଆସନ୍ତା କାଲି ଫେବୃଆରୀ ୧୭ ରିଖରୁଠାରୁ ଆରମ୍ଭ ହେବାକୁ ଯାଉଛି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ଦ୍ୱାରା ପରିଚାଳିତ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା । ଚଳିତ ବର୍ଷ ଭାରତ ସମେତ ବିଦେଶର ୨୬ଟି ଦେଶରେ ପ୍ରାୟ ୪୬ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେବେ । ଦଶମ ଶ୍ରେଣୀ ପରୀକ୍ଷା ୧୭ ଫେବୃଆରୀରୁ ଆରମ୍ଭ ହୋଇ ମାର୍ଚ୍ଚ ୧୧ ପର୍ଯ୍ୟନ୍ତ ଚାଲିବାକୁ ଥିବାବେଳେ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ୧୭ ଫେବୃଆରୀ ରୁ ଆରମ୍ଭ ହୋଇ ଏପ୍ରିଲ ୧୦ ପର୍ଯ୍ୟନ୍ତ ଚାଲିବ । ପରୀକ୍ଷା ସକାଳ ୧୦ :୩୦ ରୁ ଅପରାହ୍ନ ୧ :୩୦ ପର୍ଯ୍ୟନ୍ତ ଗୋଟିଏ ସିଫ୍ଟରେ ଅନୁଷ୍ଠିତ ହେବ। ପ୍ରାର୍ଥୀମାନେ ପେପର ପଢିବା ପାଇଁ ୧୫ ମିନିଟ୍ ସମୟ ପାଇବେ ।

ସମ୍ବନ୍ଧିତ ଖବର ଟ୍ରମ୍ପ-ନେତାନ୍ୟାହୁ ରୁଦ୍ଧଦ୍ବାର ବୈଠକ

ପରୀକ୍ଷାର୍ଥୀମାନେ ଯେପରି ଶୃଙ୍ଖଳିତ ଭାବେ ଓ ସଠିକ୍ ସମୟରେ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବେ, ସେଥିପାଇଁ ବୋର୍ଡ ପକ୍ଷରୁ କଡ଼ା ନିର୍ଦ୍ଦେଶାବଳୀ ଜାରି କରାଯାଇଛି।

ସମ୍ବନ୍ଧିତ ଖବର ୟୁନିଫର୍ମ ଫେରାଇବା ସହ ମଧ୍ୟାହ୍ନ ଭୋଜନକୁ ବର୍ଜନ କଲେ ଛାତ୍ରଛାତ୍ରୀ

ସିବିଏସ୍‌ଇର ନିୟମ ଅନୁସାରେ ପରୀକ୍ଷା ସକାଳ ୧୦:୩୦ ମିନିଟରେ ଆରମ୍ଭ ହେବ, କିନ୍ତୁ ସମସ୍ତ ଛାତ୍ରଛାତ୍ରୀଙ୍କୁ ସକାଳ ୧୦ଟା ସୁଦ୍ଧା ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାକୁ ବାଧ୍ୟତାମୂଳକ କରାଯାଇଛି । ୧୦ଟା ପରେ କୌଣସି ପରିସ୍ଥିତିରେ କାହାକୁ ଭିତରକୁ ପ୍ରବେଶ ଅନୁମତି ଦିଆଯିବ ନାହିଁ। ଯାତାୟାତ ସମସ୍ୟା ଓ ସମ୍ଭାବ୍ୟ ଭିଡ଼କୁ ଏଡ଼ାଇବା ପାଇଁ ପରୀକ୍ଷାର୍ଥୀମାନେ ପରୀକ୍ଷା ପୂର୍ବରୁ ନିଜର କେନ୍ଦ୍ର ବୁଲି ଦେଖିବାକୁ ପରାମର୍ଶ ଦିଆଯାଇଛି। ଏହାଦ୍ୱାରା ସେମାନେ ଦୂରତା ଓ ଯାତ୍ରା ସମୟ ବିଷୟରେ ସଠିକ୍ ଅନୁମାନ କରିପାରିବେ।

ସମ୍ବନ୍ଧିତ ଖବର ରାଜ୍ୟ ମହିଳା ଆୟୋଗର ୩୩ତମ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମକୁ ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ

ବିଭିନ୍ନ ସ୍ଥାନରେ ଚାଲିଥିବା ଜାତୀୟ ଓ ଆନ୍ତର୍ଜାତୀୟ ସମ୍ମିଳନୀ, ଉଚ୍ଚସ୍ତରୀୟ ବୈଠକ ଏବଂ ଟ୍ରାଫିକ୍ ଜାମ୍‌କୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀମାନେ ଯଥେଷ୍ଟ ପୂର୍ବରୁ ଘରୁ ବାହାରିବା ଆବଶ୍ୟକ। ସ୍ଥାନୀୟ ପରିସ୍ଥିତି ଓ ପାଣିପାଗକୁ ଆଖିରେ ରଖି ନିଜର ଯାତ୍ରା ଯୋଜନା କରିବାକୁ ଅଭିଭାବକ ଓ ପିଲାମାନଙ୍କୁ ଅନୁରୋଧ କରାଯାଇଛି। ସମସ୍ତ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଏହି ସୂଚନା ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ପାଖରେ ପହଞ୍ଚାଇବା ସହ ସେମାନଙ୍କୁ ସଠିକ୍ ମାର୍ଗଦର୍ଶନ କରିବାକୁ ବୋର୍ଡ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

Tags: