ପରୀକ୍ଷାର୍ଥୀଙ୍କୁ ସିବିଆଇ ସମନ
By: Samaya Live News
ଭୁବନେଶ୍ୱର: ପୋଲିସ ଏସଆଇ ପରୀକ୍ଷା ସ୍କାମ। ପରୀକ୍ଷାର୍ଥୀଙ୍କୁ ସମନ କଲା ସିବିଆଇ । ଖୁବଶୀଘ୍ର ସିବିଆଇ ଅଫିସରେ ହାଜର ହୋଇ ପରୀକ୍ଷାର୍ଥୀମାନେ ପକ୍ଷ ରଖିବେ । ପରୀକ୍ଷାର୍ଥୀ ମାନେ ହାଜର ହେବା ପରେ ସେମାନଙ୍କ ଠାରୁ ତଥ୍ୟ ହାସଲ କରିବ ସିବିଆଇ । ଯେଉଁ ତଥ୍ୟ ମିଳିବ ତା ଆଧାରରେ ତଦନ୍ତର ଦିଗ ଆଗକୁ ବଢାଇବ ସିବିଆଇ । ପୂର୍ବରୁ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରିଥିଲା ସିବିଆଇ। ତେବେ ସମନ ପାଇଁ ସିବିଆଇ କାର୍ଯ୍ୟାଳୟରେ ୫ ଜଣ ପରୀକ୍ଷାର୍ଥୀ ପହଞ୍ଚିଥିବା ସୂଚନା ମିଳିଛି । ସେମାନଙ୍କୁ ଜେରା ଚାଲିଥିବା ବେଳେ ଖୁବଶୀଘ୍ର ଆଉ କିଛି ଆଶାୟୀଙ୍କୁ ବି ଜେରା ହୋଇପାରେ ବୋଲି ଜଣାପଡିଛି ।
ସମ୍ବନ୍ଧିତ ଖବର ମାଇନସ ଡିଗ୍ରୀକୁ ଖସିଲା ଶିମିଳିପାଳ ତାପମାତ୍ରା
ସମ୍ବନ୍ଧିତ ଖବର ମଞ୍ଚ ଛାଡିବିନି - ପିୟୁଷ
Tags:



