ଟେକ୍ନୋ ସ୍କୁଲ କ୍ୟାମ୍ପସରେ CBI ରେଡ଼
ଭୁବନେଶ୍ୱର : ପୋଲିସ ଏସଆଇ ପରୀକ୍ଷା ଘୋଟାଲା । ଭୁବନେଶ୍ୱର ଖଣ୍ଡଗିରି ସ୍ଥିତ ଟେକ୍ନୋ ସ୍କୁଲ କ୍ୟାମ୍ପସରେ CBI ରେଡ଼ ଚାଲିଛି । ୨୦ ଜଣିଆ CBI ଟିମ ଆସି ଜେରା କରୁଛନ୍ତି । ପରୀକ୍ଷା ସେଣ୍ଟର ଫିକ୍ସିଂ ନେଇ ପ୍ରମାଣ ପାଇବା ପରେ ରେଡ଼ କରିଥିଲା ସିବିଆଇ । ନିର୍ଦ୍ଦିଷ୍ଟ କିଛି ପିଲାଙ୍କ ପାଇଁ ହୋଇଥିଲା ସିଟିଂ ଆରେଞ୍ଜ ମେଣ୍ଟ । ପୂର୍ବରୁ ପ୍ରାଥମିକ ଚାର୍ଜସିଟ ଦାଖଲ କରିଛି ସିବିଆଇ। ଏସଆଇ ନିଯୁକ୍ତି କେଳେଙ୍କାରୀ ମାମଲାରେ ମୁଖ୍ୟ କାର୍ପଟଦାର ତଥା ପଞ୍ଚସଫ୍ଟ କମ୍ପାନୀ ମାଲିକ ଶଙ୍କର ପୃଷ୍ଟି, ସିଲିକନ ଟେକ ମାଲିକ ସୁରେଶ ନାୟକ, ଦଲାଲ ମୁନା ମହାନ୍ତିଙ୍କ ସହ ମୋଟ ୧୭ ଜଣଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରିଛି ସିବିଆଇ । ଏହା ମଧ୍ୟରେ ୨୦ରୁ ଉର୍ଦ୍ଧ୍ବ ପରୀକ୍ଷାର୍ଥୀଙ୍କୁ ଜେରା ସରିଛି । ତେବେ ଜେରା ବେଳେ ଏହି ଘରୋଇ କଲେଜ ସମ୍ପର୍କରେ ତଥ୍ୟ ମିଳିବା ପରେ ରେଡ଼କୁ ବ୍ୟାପକ କରିଛି ସିବିଆଇ ।
ସେପଟେ ସିବିଆଇ ରେଡ଼ ପରେ ପ୍ରତିକ୍ରିୟା ରଖିଛନ୍ତି ଟେକ୍ନୋ ସ୍କୁଲ କର୍ତ୍ତୃପକ୍ଷ । କହିଲେ ଘୋଟାଲା ହୋଇଥିବା ପରୀକ୍ଷା ସେଣ୍ଟର ଟି ଭଡାରେ ଦିଆଯାଇଛି । କ୍ୟାମ୍ପସ୍ ଭିତରେ ସେହି ପରୀକ୍ଷା କେନ୍ଦ୍ର ଥିବା ବେଳେ ତାର ମାଲିକ ଅଲଗା ଲୋକ । ସିବିଆଇ କଲେଜ କର୍ତ୍ତୃପକ୍ଷଙ୍କୁ ଯାହା ପଚାରିଛି, ସେ ସମ୍ପର୍କିତ ଡକ୍ୟୁମେଣ୍ଟ ସିବିଆଇକୁ ଦିଆଯାଇଛି ।



