ସିବିଆଇ ନଜରେ ଶିଳ୍ପପତି ମହିମା ମିଶ୍ର, ଘର ଓ କାର୍ଯ୍ୟାଳୟରେ ଚଢ଼ାଉ

ଭୁବନେଶ୍ୱର/ କଟକ: ଶିଳ୍ପପତି ମହିମା ମିଶ୍ରଙ୍କ କଟକର ଓଡ଼ିଆ ବଜାରସ୍ଥିତ ଘର ଓ ଲିଙ୍କ୍‌ ରୋଡରେ ଥିବା କାର୍ଯ୍ୟାଳୟରେ ଆଜି ସିବିଆଇ ପକ୍ଷରୁ ଚଢ଼ାଉ କରାଯାଇଛି । କଟକ ବ୍ୟତୀତ ପାରାଦ୍ୱୀପର ବିଭିନ୍ନ ସ୍ଥାନରେ ସିବିଆଇ ଟିମ୍‌ ପକ୍ଷରୁ ଚଢ଼ାଉ ଜାରି ରହିଥିବା ସୂଚନା ମିଳିଛି । ସୂଚନା ଅନୁସାରେ, ପାରାଦୀପରେ ଘଟିଥିବା ଏକ ହତ୍ୟାକାଣ୍ଡ ସଂପର୍କରେ ସିବିଆଇ ମହିମା ମିଶ୍ରଙ୍କ ଘର ଓ କାର୍ଯ୍ୟାଳୟ ଚଢାଉ କରିଛି । ଏହାହସହିତ ପାରାଦ୍ୱୀପ ବନ୍ଦରରେ ସିବିଆଇ ତଦନ୍ତ […]

Samaya Live Picture
Published On

ଭୁବନେଶ୍ୱର/ କଟକ: ଶିଳ୍ପପତି ମହିମା ମିଶ୍ରଙ୍କ କଟକର ଓଡ଼ିଆ ବଜାରସ୍ଥିତ ଘର ଓ ଲିଙ୍କ୍‌ ରୋଡରେ ଥିବା କାର୍ଯ୍ୟାଳୟରେ ଆଜି ସିବିଆଇ ପକ୍ଷରୁ ଚଢ଼ାଉ କରାଯାଇଛି । କଟକ ବ୍ୟତୀତ ପାରାଦ୍ୱୀପର ବିଭିନ୍ନ ସ୍ଥାନରେ ସିବିଆଇ ଟିମ୍‌ ପକ୍ଷରୁ ଚଢ଼ାଉ ଜାରି ରହିଥିବା ସୂଚନା ମିଳିଛି ।

ସୂଚନା ଅନୁସାରେ, ପାରାଦୀପରେ ଘଟିଥିବା ଏକ ହତ୍ୟାକାଣ୍ଡ ସଂପର୍କରେ ସିବିଆଇ ମହିମା ମିଶ୍ରଙ୍କ ଘର ଓ କାର୍ଯ୍ୟାଳୟ ଚଢାଉ କରିଛି ।

ଏହାହସହିତ ପାରାଦ୍ୱୀପ ବନ୍ଦରରେ ସିବିଆଇ ତଦନ୍ତ କରୁଛି । ଗତ ବିଳମ୍ବିତ ରାତିରେ ୨୫ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଜଣେ ବରିଷ୍ଠ ଅଧିକାରୀ ଗିରଫ ହୋଇଛନ୍ତି ।