OPRB ଏସପିଙ୍କୁ ସିବିଆଇ ଜେରା
ଭୁବନେଶ୍ୱର : ପୋଲିସ ଏସଆଇ ନିଯୁକ୍ତି ପରୀକ୍ଷାରେ ତନାଘନା କରୁଛି ସିବିଆଇ । ଆଜି ଓପିଆରବି ଏସପି ଙ୍କୁ ସିବିଆଇ ଜେରା କରିଥିବା ସୂଚନା ମିଳିଛି । ଓପିଆରବି ଟେଣ୍ଡର ପେପର ନେଇ ସିବିଆଇ ଜେରା କରିଛି । ଓପିଆରବି ର ଅନ୍ୟ ୩ ସଦସ୍ୟଙ୍କୁ ହାଜର ହେବା ପାଇଁ ନୋଟିସ କରିଛି ସିବିଆଇ ।
ସେପଟେ ଏହି ମହାଦୁର୍ନୀତି ଘଟଣାର ୪ ଦିନିଆ ରିମାଣ୍ଡରେ ଥିବା ଅନ୍ୟତମ ୩ ମୁଖ୍ୟ ଅଭିଯୁକ୍ତ ଶଙ୍କର,ସାଗର ସୁରେଶକୁ ମାରାଥନ ଜେରା କରୁଛି ସିବିଆଇ । ସେମାନଙ୍କୁ ଜେରା କରି ଜାଲିଆତିରେ ଗାଏବ ପ୍ରମାଣପତ୍ର ସମ୍ପର୍କରେ ତଥ୍ୟ ଗୋଟାଇବ ବୋଲି ଆଶା ରଖିଛି । ଶଙ୍କର ସହ ସିଲିକନ ଟେକଲ୍ୟାବର ନିର୍ଦ୍ଦେଶକ ସୁରେଶ ନାୟକ ଓ ସାଗର ଗୌଡ଼ଙ୍କୁ ଜାମିନ୍ରେ ନେବାକୁ ଗୁରୁବାର ସ୍ୱତନ୍ତ୍ର ଅଦାଲତ ଅନୁମତି ଦେଇଥିଲେ । ସିବିଆଇ ଟିମ୍ ଶୁକ୍ରବାର ପୂର୍ବାହ୍ଣରେ ଝାରପଡ଼ା କାରାଗାରରୁ ୩ଜଣଙ୍କୁ ନିଜ ହେପାଜତକୁ ନେଇଛି । ସେମାନଙ୍କୁ ସାମ୍ନାସାମ୍ନି ଜେରା ଚାଲିଛି ।
Tags:




