ସିବିଆଇ ଏଏସଆଇଙ୍କ ବିରୋଧରେ ସିବିଆଇ ର ଅଭିଯୋଗ

ସିବିଆଇ ଏଏସଆଇଙ୍କ ବିରୋଧରେ ସିବିଆଇ ର ଅଭିଯୋଗ
Samaya Live News Picture
Published On

ଭୁବନେଶ୍ୱର : ପୋଲିସ ବିରୋଧରେ ପୋଲିସରେ ମାମଲା । ଲାଞ୍ଚ ଅଭିଯୋଗରେ ସିବିଆଇ ଏଏସଆଇଙ୍କ ବିରୋଧରେ ମାମଲା ରୁଜୁ କରିଛି ସିବିଆଇ । ଏମସିଏଲରୁ ଲାଞ୍ଚ ନେଉଥିବା ଜଣା ପଡିବା ପରେ ଦିଲ୍ଲୀ ସିବିଆଇ ଭୁବନେଶ୍ବର ସିବିଆଇ ଏଏସଆଇଙ୍କ ନାଁରେ ମାମଲା ରୁଜୁ କରିଛି । ସିବିଆଇକୁ ଏଏସଆଇ ହେଉଛନ୍ତି ପ୍ରଶାନ୍ତ କୁମାର ପଲେଇ । ସୁନ୍ଦରଗଡ଼ ଏମ୍‌ସିଏଲ୍‌ରେ ଦିଲ୍ଲୀ ସିବିଆଇ ପକ୍ଷରୁ ଚଢ଼ାଉ ପରେ, ନୂଆ ତଥ୍ୟ ସାମ୍ନାକୁ ଆସିଛି । 

ବସୁନ୍ଧରା ଅଞ୍ଚଳରେ ଏମ୍ ସିଏଲ୍ ଗର୍ଜନବାହାଲ ଓପନ କା­­­ଷ୍ଟ ପ୍ରୋଜେକ୍ଟର ଡେସ୍ ପାଚ୍ ଅଧିକାରୀ ସାରଦା ପ୍ରସାଦ ସେଠୀଙ୍କ ଠାରୁ ପ୍ରଶାନ୍ତ ଟଙ୍କା ନେଉଥିବା ଅଭିଯୋଗ ହୋଇଛି । ସାରଦା ତାଙ୍କ ପଦବୀର ଅପ ବ୍ୟବହାର କରି ବିଭିନ୍ନ ପରିବହନକାରୀ,କୋଇଲା ଉତ୍ତୋଳନକାରୀଙ୍କ ଠାରୁ ବେଆଇନ ଆର୍ଥିକ ଫାଇଦା ନେଉଥିବା ଜଣାପଡ଼ିଛି । ତେବେ ସାରଦାଙ୍କୁ ସିବିଆଇ ସମେତ ଅନ୍ୟ ତଦନ୍ତକାରୀ ସଂସ୍ଥା ଠାରୁ ରକ୍ଷା କରିବା ଲାଗି ପ୍ରଶାନ୍ତ ତାଙ୍କ ଠାରୁ ଟଙ୍କା ନେଉଥିବା ଅଭିଯୋଗ ହୋଇଛି । ସେହି ଆଧାର‌ରେ ସିବିଆଇର ଏଏସ୍‌ଆଇ ପ୍ରଶାନ୍ତ, ସାରଦା ଓ ଏକାଧିକ ସହଯୋଗୀଙ୍କ ନାଁରେ ମାମଲା ରୁଜୁ ପରେ ତଦନ୍ତ ଜାରି ରହିଛି। ଏହି ଲିଙ୍କ୍‌ରେ ଗତକାଲି ଦିଲ୍ଲୀ ସିବିଆଇର ୩ଜଣିଆ ଟିମ୍ ସୁନ୍ଦରଗଡ଼ର ଏମ୍‌ସିଏଲ୍‌ରେ ଚଢ଼ଉ କରିଥିଲା ।

 

Tags: