ଆୟକର ଅଧିକାରୀଙ୍କୁ ବାନ୍ଧିଲା ସିବିଆଇ
ଭୁବନେଶ୍ୱର : ଦୁର୍ନୀତି ଅଭିଯୋଗରେ ଆୟକର ଅଧିକାରୀ ଗିରଫ ଇ ଭଦ୍ରକ ଚରମ୍ପା ଅୟକର ଅଫିସ୍ ର ଏଏସଓ ରମେଶ ମହାନ୍ତିଙ୍କୁ ଗିରଫ କରିଛି ସିବିଆଇ । ଜଣେ ବ୍ୟକ୍ତିଙ୍କ ନକଲି ପାନ କାର୍ଡ ଡିଲିଟ କରିବାକୁ ୪ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରିଥିଲା ସିବିଆଇ।
ସୂଚନା ମୁତାବକ, ଆୟକର ବିଭାଗ କାର୍ଯ୍ୟାଳୟ, ଭଦ୍ରକର ଅଫିସ ସୁପରିଟେଣ୍ଡେଣ୍ଟ ମହାନ୍ତି ଅଭିଯୋଗକାରୀଙ୍କର ଏକ ଡୁପ୍ଲିକେଟ (ନକଲି) ପ୍ୟାନ କାର୍ଡକୁ ଡିଲିଟ କରିବା ପାଇଁ ୫ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ । ବୁଧବାର ସନ୍ଧ୍ୟାରେ ଉକ୍ତ ବ୍ୟକ୍ତିଙ୍କ ଠାରୁ ୪ ହଜାର ଟଙ୍କା ନେଉଥିବାବେଳେ ପୂର୍ବରୁ ପ୍ରସ୍ତୁତି ଥିବା ସିବିଆଇ ଟିମ ମାଡି ବସିଥିଲା। ମହାନ୍ତିଙ୍କ ବିରୋଧରେ ମାମଲା ନମ୍ବର RC 04(A)/2026-BBS ରୁଜୁ କରାଯାଇଛି । ଏହାସହ ରମେଶ ମହାନ୍ତିଙ୍କର ଭଦ୍ରକ ଆୟକର କାର୍ଯ୍ୟାଳୟ ସହ ଭଦ୍ରକ ଜିଲ୍ଲା ପୈତୃକ ଗାଁ ତିହିଡି ବ୍ଲକ ଗୁଆମାଳ ଘରେ ମଧ୍ୟ ତନାଘନା କରୁଛି ସିବିଆଇ ।
Tags:




