ତୁରନ୍ତ ଦୋଷୀକୁ ଧରି ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କର - ମୁଖ୍ୟମନ୍ତ୍ରୀ

ତୁରନ୍ତ ଦୋଷୀକୁ ଧରି ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କର - ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଆଜି ସାରା ରାଜ୍ୟକୁ ସ୍ତବ୍ଧ କରିଛି ଏକ ସମ୍ବେଦନଶୀଳ ଖବର । ଏକ। ସହିତ ୩ ଟି କୋର୍ଟକୁ ବୋମାରେ ଉଡାଇ ଦେବାକୁ ମିଳିଛି ଧମକ । ଆଜି ପୂର୍ବାହ୍ନରେ ପ୍ରଥମେ ସମ୍ବଲପୁର କୋର୍ଟକୁ ଇ-ମେଲ ଜରିଆରେ ମିଳିଥିଲା ବୋମା ଧମକ । କୋର୍ଟ ପରିସରରେ ଆଣ୍ଟି ବୋମା ସ୍କ୍ୱାର୍ଡ ଏବଂ ଡଗ ସ୍କ୍ୱାର୍ଡ ପହଞ୍ଚି ତନାଘନା ଚଳାଇ ଥିବାବେଳେ ପୁଣି ଥରେ ଦେବଗଡ଼ ଏବଂ କଟକ ଜିଲ୍ଲା ଜଜ କୋର୍ଟକୁ ମିଳିଛି ବୋମା ଧମକ ।

ସମ୍ବନ୍ଧିତ ଖବର ବର୍ତ୍ତମାନ ସୁଦ୍ଧା ୧୭ କଏଦୀ ଫେରାର - ମୁଖ୍ୟମନ୍ତ୍ରୀ

ଏହାକୁ ନେଇ ତୁରନ୍ତ ଦୋଷୀକୁ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସମ୍ପୃକ୍ତ ଅପରାଧୀକୁ ଖୋଜି ବାହାର କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି । ମୁଖ୍ୟ ଶାସନ ସଚିବ, ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଓ ପୁଲିସ ମହାନିର୍ଦ୍ଦେଶକଙ୍କ ସହିତ ମୁଖ୍ୟମନ୍ତ୍ରୀ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି । ଉଚ୍ଚପଦସ୍ଥ ଅଧିକାରୀଙ୍କୁ ପଠାଇ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିବାକୁ ନିର୍ଦେଶ ଦେଇଛନ୍ତି । ସନ୍ଧ୍ୟାରେ ଏ ସମ୍ପର୍କରେ ଆଉ ଏକ ଉଚ୍ଚସ୍ତରୀୟ ବୈଠକରେ ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ସମୀକ୍ଷା କରିବେ।

ସମ୍ବନ୍ଧିତ ଖବର ଦିଲ୍ଲୀପ ରାୟ ଜଣେ ଅନୁଭବି ନେତା - ମନମୋହନ

ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଗଭୀର ଉଦ୍ବେଗ ପ୍ରକାଶ କରିବା ସହିତ ଘଟଣାର ତଦନ୍ତ କରି ଏହାର ସତ୍ୟାସତ୍ୟ ଅନୁସନ୍ଧାନ କରିବାକୁ ଉଚ୍ଚପଦସ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସେ କହିଛନ୍ତି, ସାଧାରଣ ଲୋକଙ୍କ ଧନଜୀବନର ସୁରକ୍ଷା କ୍ଷେତ୍ରରେ କୌଣସି କୋହଳ ମନୋଭାବ ପୋଷଣ କରାଯାଇ ପାରିବ ନାହିଁ । ଏହି ଘଟଣାକୁ ଅତ୍ୟନ୍ତ ଗମ୍ଭୀରତାର ସହ ନେଇ ତଦନ୍ତ କରିବା ସହିତ ସମ୍ପୃକ୍ତ ସ୍ଥାନଗୁଡ଼ିକୁ ଅଧିକାରୀମାନଙ୍କୁ ପଠାଇବାକୁ କହିଛନ୍ତି।

ସମ୍ବନ୍ଧିତ ଖବର ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ, ଏକକାଳୀନ ୭ଟି ସ୍ଥାନରେ ଚଢ଼ାଉ

ସେପଟେ,କଟକ ଜିଲ୍ଲା କୋର୍ଟରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ଡିଜିପି । ପ୍ରତିଷେଧକ ଭାବେ ହାଇକୋର୍ଟକୁ ଖାଲି କରାଯାଇଛି । ଲୋକମାନଙ୍କୁ ଭୟଭୀତ ନହୋଇ ସହଯୋଗ କରିବାକୁ ଅପିଲ କରିଛନ୍ତି ଡିଜିପି । ତେବେ ଏହା ଏକ ଫେକ ଇ-ମେଲ ଯାହାକି ତାମିଲନାଡ଼ୁରୁ ଆସିଥିବା ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି ।

ବୋମା ଖବର ପ୍ରଚାରିତ ହେବା ପରେ ତ୍ୱରିତ ବେଗରେ ଚାଲିଥିଲା ଯାଞ୍ଚ । ପ୍ରାଥମିକ ତଦନ୍ତ ପରେ ଏହା ଏକ ମିଛ ବୋମା ଧମକ ଥିଲା ବୋଲି ସୂଚନା ଦେଇଥିଲେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ସେ କହିଛନ୍ତି ବ୍ୟସ୍ତ ବିବ୍ରତ ହେବାର ନାହିଁ । କେବଳ ରାଜ୍ୟ ନୁହଁ ଦେଶର କିଛି କୋର୍ଟ ଗୁଡିକୁ hoax mail ଯାଇଛି । ଏହାକୁ ନେଇ ଆତଙ୍କିତ ହେବାର ନାହିଁ । କିନ୍ତୁ କିଏ ଏମିତି କରିଛି ତାକୁ ଧରିବା ପାଇଁ ମୁଖ୍ୟମନ୍ତ୍ରୀ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଆଜି ଦିନ ୨ ଟା ପରେ ସ୍ଵାଭାଵିକ ହୋଇଛି କୋର୍ଟ କାର୍ଯ୍ୟ ।

 

Tags: