ଆୟୁଷ୍ମାନ ଯୋଜନାରେ ଯୋଡିହେଲା କ୍ୟାନ୍ସର ଚିକିତ୍ସା

ଆୟୁଷ୍ମାନ ଯୋଜନାରେ ଯୋଡିହେଲା କ୍ୟାନ୍ସର ଚିକିତ୍ସା
Samaya Live News Picture
Published On

ଭୁବନେଶ୍ଵର : ଭାରତ ସରକାରଙ୍କ ଆୟୁଷ୍ମାନ କାର୍ଡରେ ଯୋଡ଼ିହେବ କ୍ୟାନ୍ସର ରୋଗ । କ୍ୟାନ୍ସର ଆରୋଗ୍ୟ ଯୋଜନାରେ ମିଳିବ ଚିକିତ୍ସା ସୁବିଧା ଇ ସେହିପରି ପ୍ୟାକେଜ ରେ ୧୨୧ ଟି ଜଟିଳ ରୋଗର ଚିକିତ୍ସା ସୁବିଧା ପାଇବେ ରୋଗୀ । ଏନେଇ ସ୍ଵାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି । ସେ କହିଛନ୍ତି ଆୟୁଷ୍ମାନ ଚଳିତ ବର୍ଷ ବଜେଟରେ ଏନେଇ ଘୋଷଣା କରାଯାଇଛି । ୧୨୧ ପ୍ରକାର ପ୍ୟାକେଜକୁ ଏଥିରେ ଯୋଡ଼ା ଯିବ । ରାଜ୍ୟ ସରକାର ନିଜସ୍ଵ ବଜେଟରୁ ଖର୍ଚ୍ଚ ହେବ ଟଙ୍କା । ସେହିପରି କାର୍ଡର ଡିଜିଟାଲାଇଜେସନ କରିବ ସ୍ୱାସ୍ଥ୍ୟ ବିଭାଗ । ଆରୋଗ୍ୟ 2.0 ଆପରେ ଯୋଡି ହେବ ରାଜ୍ୟର ସମସ୍ତ ଘରୋଇ ଓ ସରକାରୀ ମେଡିକାଲ ସହ ନର୍ସିଂହୋମ । ମେଡିକାଲ ଦୋକାନ ଓ ବ୍ଲଡ ବ୍ୟାଙ୍କକୁ ମଧ୍ୟ ଏଥିରେ ସାମିଲ କରାଯିବ । ଖୁବଶୀଘ୍ର ରାଜ୍ୟରେ ଏହାର ଉଦଘାଟନ କରାଯିବ । ଏବେ ରେଜିଷ୍ଟ୍ରେସନ ଆରମ୍ଭ ହୋଇ ସାରିଥିବା ବେଳେ ଆଭା ଆଇଡି ସହ ଏହାକୁ ଲିଙ୍କ କରାଯିବ। ଏଥିରେ ସ୍କାନ କରି ଡିଜି ଲକରରେ ରଖି ହେବ। AI ମୋଡରେ ଏଥିରେ ରୋଗୀର ସମସ୍ତ ତଥ୍ୟ ରହିବ । 

Tags: