କ୍ୟାମ୍ପସ ନିର୍ବାଚନ, ବର୍ତ୍ତମାନ ସୁଦ୍ଧା ଏବିଭିପିର ବାଜିମାତ
ଭୁବନେଶ୍ୱର : ସରିଲା ମତଦାନ । ଦୀର୍ଘ ୮ବର୍ଷ ପରେ ଆଜି ରାଜ୍ୟର ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ହୋଇ ଯାଇଛି ଛାତ୍ର ସଂସଦ ନିର୍ବାଚନ । ସକାଳ ୮ଟାରୁ ଆରମ୍ଭ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ମତଦାନ ଚାଲିଥିଲା । ମତଦାନ ସରିବା ପରେ ଆରମ୍ଭ ହେବ ଭୋଟ୍ ଗଣତି । ସନ୍ଧ୍ୟା ୫ଟା ସୁଦ୍ଧା ଫଳାଫଳ ଘୋଷଣା କରିବାକୁ ଶିକ୍ଷାନୁଷ୍ଠାନଗୁଡ଼ିକୁ କୁହାଯାଇଛି । ତେବେ ବର୍ତ୍ତମାନ ସୁଦ୍ଧା ଆସିଥିବା ନିର୍ବାଚନ ଫଳାଫଳକୁ ଦେଖିଲେ କେତେକ କଲେଜ ରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି)ର ପ୍ରାର୍ଥୀମାନେ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି । ଆସନ୍ତୁ ଜାଣିବା କେଉଁ କେଉଁ କଲେଜ ରୁ ପ୍ରାର୍ଥୀ ମାନେ ଜିତିଛନ୍ତି -
ରାଜଧାନୀ ଭୁବନେଶ୍ୱରର ୩ଟି କଲେଜ ରେ ଏବିଭିପି ର ପ୍ରାର୍ଥୀମାନେ ବାଜିମାତ କରିଛନ୍ତି ।ବିଜେବି କଲେଜ , ରାଜଧାନୀ କଲେଜ ଜୟଦେବ କଲେଜ ଅଫ ଏଜୁକେସନ ଆଣ୍ଡ ଟେକ୍ନୋଲୋଜି, ବାଲୁଗାଁ କଲେଜ, ଵ୍ରଲପାହାଡ଼ ଡିଗ୍ରୀ କଲେଜ, ପଞ୍ଚଗାଁ ମହିମା ମହାବିଦ୍ୟାଳୟ, ଅନୁଗୁଳ ର ନୀଳକଣ୍ଠେଶ୍ଵର ଡିଗ୍ରୀ ମହାବିଦ୍ୟାଳୟ ଝାରସୁଗୁଡା , ଖୋର୍ଦ୍ଧା ଜିଲ୍ଲାର ଗୋଦାବରୀଶ ମହାବିଦ୍ୟାଳୟ, କଟକ କିଶୋର ନଗର ଡିଗ୍ରୀ କଲେଜ ଏବଂ କଟକ ମହାବିଦ୍ୟାଳୟ, ତାଳଚେର ସ୍ବୟଂଶାସିତ ମହାବିଦ୍ୟାଳୟ ,ଯାଜପୁରର ବିଷ୍ଣୁ ସାମନ୍ତରାୟ , ଧାମନଗର ମହାବିଦ୍ୟାଳୟ କଟକ ଜିଲ୍ଲା କାନପୁର ମହାବିଦ୍ୟାଳୟ , ନରସିଂହପୁର ମହାବିଦ୍ୟାଳୟ ,ବ୍ରହ୍ମଗିରି ଏଡି ମହାବିଦ୍ୟାଳୟ, ମହାପୁରୁଷ ଅଚ୍ୟୁତାନନ୍ଦ ମହାବିଦ୍ୟାଳୟ ,କନ୍ଦରପୁର ଡିଗ୍ରୀ ମହାବିଦ୍ୟାଳୟ ,ଗଂଜାମ ଡିଗ୍ରୀ ମହାବିଦ୍ୟାଳୟ ଏବଂ ପିପିଲି ଡିଗ୍ରୀ ମହାବିଦ୍ୟାଳୟରେ ପ୍ରାର୍ଥୀମାନେ ଜୟଯୁକ୍ତ ହୋଇଥିବା ସୂଚନା ମିଳିଛି । ତେବେ ଅନ୍ୟ କଲେଜ ଗୁଡିକରେ ବର୍ତ୍ତମାନ ସୁଦ୍ଧା ଗଣତି ଜାରି ରହିଛି ।




