ଖୁବ ଶୀଘ୍ର ହୋଇପାରେ ମନ୍ତ୍ରୀ ମଣ୍ଡଳ ସମ୍ପ୍ରସାରଣ
ଭୁବନେଶ୍ୱର: ସମସ୍ତ ସାଂସଦ, ବିଧାୟକ ଓ ଦଳୀୟ କର୍ମକର୍ତ୍ତାଙ୍କୁ ଟାସ୍କ ଦେଇ ଓଡିଶା ଛାଡିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନ । ଜୁଲାଇରେ ପୁଣି ଓଡ଼ିଶା ଆସିବେ । ବିଜେପି କୋର କମିଟି ଓ ପରେ ମନ୍ତ୍ରୀସ୍ତରୀୟ ବୈଠକରେ ଆଲୋଚନା ପରେ ଲୋକଙ୍କ ସହ ଯୋଡ଼ି ହେବାକୁ ପରାମର୍ଶ ଦେଇଛନ୍ତି ନିତିନ ନବୀନ। ଏନେଇ ସମସ୍ତ ସାଂସଦ, ବିଧାୟକ ଓ ଦଳୀୟ କର୍ମକର୍ତ୍ତାଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ବିଜେପି ଜାତୀୟ ସଭାପତି । କୋର୍ କମିଟି ବୈଠକରେ ବିଜେପି ନେତା ଓ କର୍ମୀଙ୍କୁ ୫ ଗୁରୁମନ୍ତ୍ର ଦେଇଛନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ ।
ଏହାରି ମଧ୍ୟରେ ଆଉ ଏକ ଖବର ଜଣାପଡିଛି । ଖୁବଶୀଘ୍ର ହେବ ରାଜ୍ୟ ମନ୍ତ୍ରୀମଣ୍ଡଳର ନବକଳେବର । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଟିମରେ ସ୍ଥାନ ପାଇବେ ନୂଆ ମୁହଁ । ଏନେଇ ମନ୍ତ୍ରୀ ଏବଂ ବରିଷ୍ଠ ନେତାଙ୍କ ସହ ପୃଥକ ପୃଥକ ବୈଠକ କରିଥିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ। ତେବେ ମନ୍ତ୍ରୀ ମଣ୍ଡଳ ସମ୍ପ୍ରସାରଣ ହେବ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।
ସେହିପରି ରାଷ୍ଟ୍ରୀୟ ଅଧ୍ୟକ୍ଷ ଗସ୍ତ ସମୟରେ ସରକାର ଯେମିତି ବଦନାମ ନହେବ ସେଥିପାଇଁ କାମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସରକାର ଯେମିତି ଠିକ୍ ଠାକ ଚାଲିବ, ସେଥିପାଇଁ ତତ୍ପର ହୁଅ । ଆମକୁ ଯେମିତି କେହି ଆଙ୍ଗୁଳି ଉଠାଇବେନି । ସରକାର ଯେମିତି ଠିକଠାକ ଚାଲିବ ସେହି ଅନୁସାରେ କାମ କରିବାକୁ ପରାମର୍ଶ ଦେଇ ଯାଇଛନ୍ତି ନିତିନ ।



