୯ ବିଭାଗର ୧୨ ଗୁରୁତ୍ତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର
ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ଗୁରୁତ୍ତ୍ୱପୂର୍ଣ୍ଣ ୩୦ ତମ ବୈଠକ ଅନୁଷ୍ଠିତ ହୋଇଯାଇଛି I ଏଥିରେ ୯ଟି ବିଭାଗର ୧୨ଟି ଗୁରୁତ୍ତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଉପରେ ମୋହର ବାଜିଛି I ରାଜ୍ୟ କ୍ୟାବିନେଟ୍ରେ ୟୁନିଫର୍ମ ସର୍ଭିସ୍ ପାଇଁ ୟୁନିଫର୍ମ ସେବା କର୍ମଚାରୀ ଚୟନ ଆୟୋଗ ଗଠନକୁ ଅନୁମୋଦନ ମିଳିଛି । ଚୟନ ଆୟୋଗରେ ଜଣେ ଅଧ୍ୟକ୍ଷ ଓ ଦୁଇ ଜଣ ସଦସ୍ୟ ରହିବେ। ଏହା ଦ୍ଵାରା ନିଯୁକ୍ତି ପ୍ରକ୍ରିୟାରେ ସ୍ଵଚ୍ଛତା ଆସିବ । ପୋଲିସ, ବନ ବିଭାଗ, ଅବକାରୀ ଭଳି ୟୁନିଫର୍ମ ସେବା ପାଇଁ ନିଯୁକ୍ତି କରିବ ଏହି ଆୟୋଗ ।
ବିକଶିତ ଓଡ଼ିଶା ପାଇଁ ହଜାରେ କୋଟି ଟଙ୍କାର ପୁଞ୍ଜି ନିବେଶ ହେବ । ଇସ୍ପାତ ଓ ଖଣି ବିଭାଗର ଦୁଇ ପ୍ରସ୍ତାବ ଉପରେ ମୋହର ବାଜିଛି । ଅର୍ଥ ଓ ଆଇଟି ବିଭାଗର ବିଭିନ୍ନ ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି । ଜଳ ପ୍ରଦୂଷଣ ନିୟମରେ ସଂଶୋଧନ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି ।
ଏସସି/ଏସଟି ବିଭାଗ ଓ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ପରିଚାଳିତ ବିଦ୍ୟାଳୟରେ ଅଧ୍ୟନ କରୁଥିବା ଅନ୍ତେବାସୀଙ୍କ ପ୍ରାକ୍-ମାଟ୍ରିକ୍ ଛାତ୍ରବୃତ୍ତି ବଢ଼ିଛି । ଛାତ୍ରଙ୍କୁ ପୂର୍ବରୁ ବାର୍ଷିକ ୧୦, ୫୦୦ ପରିବର୍ତ୍ତେ ଏବେ ଏବେ ୧୬ ମିଳିବ । ସେହିଭଳି ଛାତ୍ରୀ ୧୧ ହଜାର ପରିବର୍ତ୍ତେ ପାଇବେ ୧୭ ହଜାର ଟଙ୍କା । ବୈଠକ ପଡ଼େ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା ସୂଚନା ଦେଇଛନ୍ତି ।


