୧୧ଟି ଗୁରୁତ୍ତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର
ଭୁବନେଶ୍ୱର : ରାଜ୍ୟରେ ୧୧ଟି ପ୍ରସ୍ତାବକୁ କ୍ୟାବିନେଟରେ ମୋହର । ଏନେଇ ସୂଚନା ଦେଲେ ମୁଖ୍ୟ ଶାସନ ସଚିବ ଅନୁଗର୍ଗ । ୫ଟି ବିଭାଗର ୧୧ଟି ପ୍ରସ୍ତାବ କ୍ୟାବିନେଟରେ ପାରିତ । ୩୪୦୦ କୋଟି ଟଙ୍କାର 'ଅଟଳ ବସ ଷ୍ଟାଣ୍ତ' ଯୋଜନା ପାରିତ । ଯୋଜନାରେ ପର୍ଯ୍ୟାୟକ୍ରମେ ୩୧୮ଟି ବସଷ୍ଟାଣ୍ତ ସାମିଲ କରାଯିବ । ପାର୍ବତୀ ଗିରି ମେଗା ଜଳ ପ୍ରକଳ୍ପକୁ ଗୁରୁତ୍ଵ । ଜଳ ସମ୍ପଦ ବିଭାଗର ୫ଟି ପ୍ରସ୍ତାବକୁ ମଂଜୁରୀ । ବୈଠକ ପରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଏହି ସୂଚନା ଦେଇଛନ୍ତି ।
ସେହିପରି ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ପରିଚାଳନା ଓ ରକ୍ଷଣାବେକ୍ଷଣା ନୀତି ୨୦୨୬କୁ କ୍ୟାବିନେଟ ଅନୁମୋଦନ ଦେଇଛି। ଏହି ନୀତି ଅନୁସାରେ ପ୍ରକଳ୍ପ ସମାପ୍ତି ପରେ ତାହାର ପରିଚାଳନାରେ ପଞ୍ଚାୟତ ଓ ଗ୍ରାମବାସୀଙ୍କ ଭୂମିକା ସ୍ପଷ୍ଟ କରାଯାଇଛି। ଅନ୍ୟପଟେ, ଶ୍ରମ ବିଭାଗର ୩ଟି ପ୍ରସ୍ତାବ ଚାକିରୀ ସର୍ତ୍ତ ସଂଶୋଧନ ଓ କ୍ୟାଡର ନିୟମ ପରିବର୍ତ୍ତନ ମଧ୍ୟ ପାରିତ ହୋଇଛି। ମୋଟ ଉପରେ କହିଲେ, ଆଜିର କ୍ୟାବିନେଟ ବୈଠକରେ ପରିବହନ, ଗ୍ରାମ୍ୟ ଉନ୍ନତିକୁ ଗତି ଦେବା ପାଇଁ ଅନେକ ମହତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।



