୮ଟି ବିଭାଗର ୧୧ ଗୁରୁତ୍ତ୍ୱପୂର୍ଣ୍ଣ ପ୍ରସ୍ତାବକୁ କ୍ୟାବିନେଟ ମୋହର

୮ଟି ବିଭାଗର ୧୧ ଗୁରୁତ୍ତ୍ୱପୂର୍ଣ୍ଣ ପ୍ରସ୍ତାବକୁ କ୍ୟାବିନେଟ ମୋହର
Samaya Live News Picture
Published On

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି ୩୪ ତମ କ୍ୟାବିନେଟ ବୈଠକ l ବୈଠକ ପରେ ମୁଖ୍ୟ ଶାସନ ସଚିବ  ଅନୁ ଗର୍ଗ କ୍ୟାବିନେଟ ବୈଠକରେ ନିଆଯାଇଥିବା  ନିଷ୍ପତ୍ତି ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଥିଲେ  ।

କ୍ୟାବିନେଟ ବୈଠକରେ ମୋଟ ୮ ଟି ବିଭାଗର ୧୧ଟି ପ୍ରସ୍ତାବ ଆଗତ କରାଯାଇଥିଲା ଓ ସମସ୍ତ ପ୍ରସ୍ତାବ ଅନୁମୋଦନ ଲାଭ କରିଛି ବୋଲି  ଗଣମାଧ୍ୟମକୁ ସୂଚନା ଦେଇଥିଲେ ମୁଖ୍ୟ ଶାସନ ସଚିବ  l  ତନ୍ମଧ୍ୟରେ ଶିଳ୍ପ ବିଭାଗ, ଗୃହ ( ସ୍ୱରାଷ୍ଟ୍ର)ବିଭାଗ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା, ପର୍ଯ୍ୟଟନ ବିଭାଗ, ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ଏବଂ ରାଜସ୍ବ ଆଦି ବିଭାଗ ପ୍ରତ୍ୟେକରୁ ଗୋଟିଏ ଲେଖାଏଁ, ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ବିଭାଗର ୩ଟି ଏବଂ ଜଳସମ୍ପଦ ବିଭାଗର ୨ ଟି, ଏହିପରି ମୋଟ ୧୧ ଟି ପ୍ରସ୍ତାବ କ୍ୟାବିନେଟ ବୈଠକରେ ଆଗତ କରାଯାଇ ଆଲୋଚନା ପୂର୍ବକ ସମସ୍ତ ପ୍ରସ୍ତାବ ଅନୁମୋଦନ କରାଯାଇଥିବା ଜଣାଯାଇଛି  ଲ

ଗ୍ରାମାଞ୍ଚଳରେ ମାସିକ ୧୫ ହଜାର ଓ ସହରାଞ୍ଚଳରେ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ଉପାର୍ଜନ କରୁଥିବା ପରିବାର ଖାଦ୍ୟ ସୁରକ୍ଷା ଯୋଜନାର ସୁବିଧା ପାଇପାରିବେ। ରେସନ କାର୍ଡ ପାଇଁ ଯୋଗ୍ୟତା ମାନଦଣ୍ଡରେ ପରିବର୍ତ୍ତନ ହୋଇଛି। ହିତାଧିକାରୀଙ୍କ ଆୟ ସୀମା ବୃଦ୍ଧି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ ପ୍ରଦାନ କରିଛନ୍ତି। 

ସେହିପରି ଓଡ଼ିଶା ପର୍ଯ୍ୟଟନ (ସଂଶୋଧନ) ନୀତି-୨୦୨୬କୁ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି। ନିବେଶକଙ୍କ ସୁବିଧା ପାଇଁ ୩-ତାରକା ଓ ତଦୁର୍ଦ୍ଧ୍ୱ ତାରକା ବିଶିଷ୍ଟ ହୋଟେଲ ପାଇଁ ସର୍ବନିମ୍ନ କୋଠରୀ ସଂଖ୍ୟା ୫୦ରୁ ୧୦କୁ ହ୍ରାସ କରାଯାଇଛି। ପୁଞ୍ଜି ନିବେଶ ସବସିଡି ଢାଞ୍ଚାକୁ ସରଳୀକୃତ କରି ୩୦%ରୁ ୪୦% ପର୍ଯ୍ୟନ୍ତ ସହାୟତା ବ୍ୟବସ୍ଥା କରାଯାଇଛି।

Tags: