୧୦ଟି ଗୁରୁତ୍ତ୍ୱପୂର୍ଣ୍ଣ ପ୍ରସ୍ତାବରେ କ୍ୟାବିନେଟ ମୋହର

୧୦ଟି ଗୁରୁତ୍ତ୍ୱପୂର୍ଣ୍ଣ ପ୍ରସ୍ତାବରେ କ୍ୟାବିନେଟ ମୋହର
Samaya Live News Picture
Published On

ଭୁବନେଶ୍ୱର : ୧୦ଟି ପ୍ରସ୍ତାବରେ ରାଜ୍ୟ କ୍ୟାବିନେଟ୍ ମୋହର । ବୁଧବାର ଲୋକସେବା ଭବନରେ  ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ୭ଟି ବିଭାଗର ୧୦ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ଏନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ । କ୍ୟାବିନେଟରେ ST-SC ବିଭାଗରୁ ବଡ଼ ଘୋଷଣା କରାଯାଇଛି । ମୋଟ ୧୦୩୨ଟି ପୋଷ୍ଟ ସୃଷ୍ଟି ହୋଇଛି ।

ମଞ୍ଜୁରୀ ମିଳିଥିବା ଗୁରୁତ୍ତ୍ୱପୂର୍ଣ୍ଣ ପ୍ରସ୍ତାବ ଗୁଡିକ ମଧ୍ୟରେ କୋର୍ଟରେ ମହିଳା ଗ୍ରୁପ୍-ଡି କର୍ମଚାରୀ ଜୁନିଅର୍ କ୍ଲର୍କ୍ ହୋଇପାରିବେ। ନିୟମିତ ହେବ କୋର୍ଟ ମ୍ୟାନେଜର ପଦବୀ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ହାଇକୋର୍ଟ ଓ ଜିଲ୍ଲା କୋର୍ଟରେ ନିଯୁକ୍ତି ମିଳିବ। ନୂଆ ‘ଓଡ଼ିଶା ମେରିନ୍ ଫିସିଂ ରେଗୁଲେସନ୍ ଆକ୍ଟ ୨୦୨୬ ଆସିବ। ଯେଉଁଥିରେ ବେଆଇନ୍ ମାଛଧରା ବନ୍ଦ ହେବ। ଆର୍କିଓଲୋଜିକାଲ୍ କ୍ୟୁରେଟର୍ ସର୍ଭିସ୍ ରୁଲ୍ ୨୦୨୬ରେ ନିଯୁକ୍ତି ଓ ପଦୋନ୍ନତି ନିୟମ ତିଆରି ହେବ । 

ସେହିପରି ST-SC ବିଭାଗରେ ମିନିଷ୍ଟେରିଆଲ୍ ନିଯୁକ୍ତି ନିୟମ ବଦଳିଛି । ଫଳରେ ସର୍କଲ୍ ଇନସ୍ପେକ୍ଟରଙ୍କ ପଦୋନ୍ନତି ସହଜ ହେବ। ୮୫୪କୋଟିର ପାୱାର୍ ପ୍ରୋଜେକ୍ଟକୁ ମିଳିଛି ଅନୁମତି । ଓପିଟିସଏଲ ୪୦୦କେଭି ଗ୍ରିଡ୍ ଷ୍ଟେସନ୍ ଓ ଟ୍ରାନ୍ସମିସନ୍ ଲାଇନ୍ କରିବ । ପେଟ୍ରୋଲ୍ ପମ୍ପ୍ ଲାଇସେନ୍ସ ସହଜ ହେବ । ଇଜ ଅଫ ଡୁଇଂ ବିଜନେସରେ ରିଟେଲ୍ ସେଲ୍ ଲାଇସେନ୍ସ ଆଉ ଦରକାର ନାହିଁ, କଲେକ୍ଟର ଏନୋସି ଯଥେଷ୍ଟ । ଏଥିସହ ଲ’ କମିଶନଙ୍କ ରିପୋର୍ଟ ଆଧାରରେ ଆଇନ ବିଭାଗର ୩୫୮ ଆମେଣ୍ଡମେଣ୍ଟ ଆକ୍ଟ ଉଚ୍ଛେଦ ହୋଇଯିବ ।

Tags: