କେଲୁଅ ନଦୀକୁ ଡେଇଁ ବ୍ୟବସାୟୀ ନିଖୋଜ
ଧର୍ମଶାଳା : ଯାଜପୁର ଜିଲା ଧର୍ମଶାଳା ଥାନା ଅଧୀନ କାଏମା ନିକଟ କେଲୁଅ ନଦୀକୁ ଡେଇଁ ବ୍ୟବସାୟୀ ନିଖୋଜ । ନିଖୋଜ ଯୁବକ ହେଉଛନ୍ତି ବାବୁଲି ତରାଇଙ୍କ ପୁଅ ଅଜୟ ତରାଇ (୨୭)। ତାଙ୍କ ଘର ଦେଓଦା ପଞ୍ଚାୟତର ଚଇନିହୁଡ଼ା ଗ୍ରାମରେ ବୋଲି ଜଣାପଡ଼ିଛି ।
ମିଳିଥିବା ସୂଚନା ଅନୁଯାୟୀ, ଅଜୟ ଅଖା ବ୍ୟବସାୟ କରୁଥିଲେ। ଗତ କିଛିଦିନ ଧରି ସେ ପାରିବାରିକ କାରଣରୁ ମାନସିକ ଦୁଶ୍ଚିନ୍ତାରେ ରହୁଥିଲେ । ଶୁକ୍ରବାର ସନ୍ଧ୍ୟାରେ ସେ ଏକ ପଲସର ବାଇକ ଯୋଗେ କାଏମା କେଲୁଅ ନଦୀ ବ୍ରିଜ ଉପରକୁ ଆସିଥିଲେ ।
ବ୍ରିଜ ଉପରେ ବାଇକ ଓ ଚପଲ ରଖିବା ପରେ ଅଜୟ ନଦୀକୁ ଡେଇଁ ପଡ଼ିଥିବା ପ୍ରତ୍ୟକ୍ଷଦର୍ଶୀଙ୍କଠାରୁ ସୂଚନା ମିଳିଛି। ସ୍ଥାନୀୟ ଲୋକେ ଅଜୟଙ୍କ ପରିବାରକୁ ଖବର ଦେଇଥିଲେ। ଧର୍ମଶାଳା ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଅଜୟଙ୍କୁ ଖୋଜିବା ପାଇଁ ଆପ୍ରାଣ ଚେଷ୍ଟା କରିଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ତାଙ୍କର କୌଣସି ସନ୍ଧାନ ମିଳି ନ ଥିବା ଜଣାପଡ଼ିଛି । ଘଟଣାର ପୋଲିସ ତଦନ୍ତ ଜାରି ରଖିଛି ।
Tags:




