ବସ - ଟ୍ରକ ଧକ୍କା, ୨ମୃତ ୧୫ଆହତ

ବସ - ଟ୍ରକ ଧକ୍କା, ୨ମୃତ ୧୫ଆହତ
Samaya Live News Picture
Published On

ବ୍ରହ୍ମପୁର : ଯାତ୍ରୀବାହୀ ବସ ସହ ଟ୍ରକ ମୁହାଁମୁହିଁ ଧକ୍କା ହେବାରୁ ବଟରଙ୍କ ଡ୍ରାଇଭରଙ୍କୁ ମୃତ୍ୟୁ ଘଟିବା ସହ ୧୫ ଜଣ ବସ ଯାତ୍ରୀ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ଅଧିକାଂଶ ମହିଳା ଓ ଶିଶୁ ଥିବା ଜଣା ପଡିଛି । ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ବାଲିଡାବା ନିକଟରେ ଏପରି ଦୁର୍ଘଟଣା ଘଟିଛି । ସମସ୍ତ ଆହତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ଆହତଙ୍କୁ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି ।

ସୂଚନା ଅନୁସାରେ, ଆଜି ସକାଳେ ପୋଲସରାରୁ ପୁରୀ ଅଭିମୁଖେ ଯାଉଥିବା ଦୁର୍ଗା ମାଧବ ନାମକ ଏକ ଘରୋଇ ବସ ସହ କଟକରୁ କୋଦଳା ଅଭିମୁଖେ ଆସୁଥିବା ଏକ ମୃଦୁ ପାନୀୟଜଳ ଟ୍ରକର ମୁହାଁମୁହିଁ ଧକ୍କା ହୋଇଥିଲା ।  ଫଳରେ ବସରେ ଥିବା ଯାତ୍ରୀ ମାନେ ଗୁରୁତର ଆହତ ହୋଇଥିବା ବେଳେ ଡ୍ରାଇଭର ବସ ଭିତରେ ଚାପି ହୋଇ  ମୃତ୍ୟୁ ବରଣ କରିଥିଲେ ।  ତେବେ ଟ୍ରକରେ ଥିବା ଆନ୍ୟ କିଛି ଜଣ ଚାପି ହୋଇ ରହିଥିବା ଅନୁମାନ କରାଯାଉଛି ।  ସେହିପରି ବସରେ ଥିବା ଆହତଙ୍କ ମଧ୍ୟରେ କିଛି ଶିଶୁ ଓ ମହିଳା ଥିବା ସୂଚନା ମିଳିଛି । ଖବର ପାଇ ଘଟଣାସ୍ଥଳରେ କୋଦଳା ଦମକଳ ବାହିନୀର କର୍ମଚାରୀଙ୍କ ସହ ପୋଲିସ ଘଟଣା ସ୍ଥଳରେ ପହଁଚି ଯାତ୍ରୀ ମାନଙ୍କୁ ଉଦ୍ଧାର କରିଥିଲେ । ବର୍ତ୍ତମାନ ସୁଦ୍ଧା ଆସିକା ଭୁବନେଶ୍ବର ରାସ୍ତାରେ ଯାତାୟତ ବନ୍ଦ ହୋଇଛି ।

Tags: