ଡିସେମ୍ବର ୧ ରୁ ବସ ବନ୍ଦ ଡାକରା ପ୍ରତ୍ୟାହୃତ
By: Samaya Live News
ଭୁବନେଶ୍ୱର : ଘରୋଇ ବସ୍ ଧର୍ମଘଟ ଡାକରା ପ୍ରତ୍ୟାହୃତ । ଡିସେମ୍ବର ୧ରୁ ହେବାକୁ ଥିବା ବସ ବନ୍ଦ ଡାକରାକୁ ପ୍ରତ୍ୟାହୃତ କରିଛି ଘରୋଇ ବସ ମାଲିକ ସଙ୍ଘ । ସରକାରଙ୍କ ସହ ଆଲୋଚନା ପରେ ଧର୍ମଘଟ ଡାକରାକୁ ସ୍ଥଗିତ ରଖାଯାଇଛି ବୋଲି ସୂଚନା ଦେଇଛନ୍ତି ଘରୋଇ ବସ ମାଲିକ ସଙ୍ଘ ସମ୍ପାଦକ ଦେବେନ୍ଦ୍ର କୁମାର ।
ସମ୍ବନ୍ଧିତ ଖବର ଆଜି ବନକଲାଗି ନୀତି ପାଇଁ ୪ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ
ସୂଚନା ଅନୁଯାୟୀ,ପୁଲିସକୁ ଗାଡି କାଗଜପତ୍ର ଯାଞ୍ଚ କ୍ଷମତା ପ୍ରଦାନ ନିଷ୍ପତ୍ତିକୁ ବିରୋଧ କରି ଧର୍ମଘଟ ଡାକରା ଦିଆଯାଇଥିଲା । ସରକାର ସହ ଆଲୋଚନା ପରେ ଏହା କାର୍ଯ୍ୟକାରୀ ହେବନାହିଁ ବୋଲି ବସ୍ ମାଲିକ ସଂଘକୁ ପ୍ରତିଶୃତି ମିଳିଥିଲା । ତେଣୁ ବସ୍ ଧର୍ମଘଟକୁ ପ୍ରତ୍ୟାହତୃ ନିଷ୍ପତ୍ତି ନିଆଗଲା ବୋଲି ସଂଘର ରାଜ୍ୟ ସମ୍ପାଦକ ସୂଚନା ଦେଇଛନ୍ତି। ପୂର୍ବରୁ ସେ କହିଥିଲେ ସରକାର ପୋଲିସକୁ ଯେବେଠୋରୁ ଗାଡ଼ିମୋଟର ଯାଞ୍ଚ ଅଧିକାର ଦେବେ ସେବେଠୁ ଆନ୍ଦୋଳନ ହେବ। ତେବେ ରାଜ୍ୟ ପରିବହନ ବିଭାଗ ସହ ଆଲୋଚନା ପରେ ସଂଘ ଏହି ନିଷ୍ପତ୍ତି ବଦଳାଇଛି।
ସମ୍ବନ୍ଧିତ ଖବର ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର ହେଲେ ରାଜସ୍ବମନ୍ତ୍ରୀ ସୁରେଶ ପୂଜାରୀ
Tags:



