ଡିଜେଲ୍‌ ପରେ କମିଲା ବସ୍‌ ଭଡା

ଭୁବନେଶ୍ୱର: ମଇ ୨୬: ରାଜ୍ୟରେ ଡିଜେଲ୍‌ ଦର କମିବା ପରେ ବସ୍‌ ଭଡ଼ା ମଧ୍ୟ କମାଯାଇଛି । ବସଭଡ଼ା ହ ୍ରାସ ନେଇ ଘରୋଇ ବସ୍‌ ମାଲିକ ସଂଘ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନା ଅନୁଯାୟୀ, କିଲୋମିଟର ପିଛା ସାଧାରଣ ବସ୍‌ ଭଡ଼ା ୩ ପଇସା ହ ୍ରାସ ପାଇଛି । ସେହିପରି କିଲୋମିଟର ପିଛା ଏସି ବସ୍‌ ଭଡ଼ା ୬ ପଇସା କମାଯାଇଛି । ଅର୍ଡିନାରୀ ବସ ଭଡ଼ା ୯୨ରୁ ୮୯ ପଇସାକୁ ହ ୍ରାସ ପାଇଛି । […]

Samaya Live Picture
Published On

ଭୁବନେଶ୍ୱର: ମଇ ୨୬: ରାଜ୍ୟରେ ଡିଜେଲ୍‌ ଦର କମିବା ପରେ ବସ୍‌ ଭଡ଼ା ମଧ୍ୟ କମାଯାଇଛି । ବସଭଡ଼ା ହ ୍ରାସ ନେଇ ଘରୋଇ ବସ୍‌ ମାଲିକ ସଂଘ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନା ଅନୁଯାୟୀ, କିଲୋମିଟର ପିଛା ସାଧାରଣ ବସ୍‌ ଭଡ଼ା ୩ ପଇସା ହ ୍ରାସ ପାଇଛି । ସେହିପରି କିଲୋମିଟର ପିଛା ଏସି ବସ୍‌ ଭଡ଼ା ୬ ପଇସା କମାଯାଇଛି । ଅର୍ଡିନାରୀ ବସ ଭଡ଼ା ୯୨ରୁ ୮୯ ପଇସାକୁ ହ ୍ରାସ ପାଇଛି । ଏକ୍ସପ୍ରେସ ବସରେ ୯୬ରୁ ୯୩ ପଇସା, ଡିଲକ୍ସ ବସରେ ଟ ୧.୩୫ରୁ ୧.୨୯କୁ ହ ୍ରାସ ପାଇଛି । ସେହିପରି ଏସି ଡିଲକ୍ସ ଭଡା ଟ୧.୩୬ରୁ ୧.୫୭ ପଇସାକୁ ହ ୍ରାସ ପାଇଛି । ସୁପର ପ୍ରିମିୟମ ଭଡ଼ା ୨ଟଙ୍କା ୫୩ରୁ ୨ ଟଙ୍କା ୪୪ ପଇସା ହ ୍ରାସ ପାଇଛି । ସଂଶୋଧିତ ବସ୍‌ ଭଡ଼ା ୨୬ତାରିଖରୁ ଲାଗୁ କରିବାକୁ ନିଷ୍ପତ୍ତି ନିଆଯାଇଛି ।