ଘର ଭିତରକୁ ବସ ମାଡିଯାଇ ୧୦ ଆହତ

ଘର ଭିତରକୁ ବସ ମାଡିଯାଇ ୧୦ ଆହତ

ଜଗତସିଂହପୁର : ଘର ଭିତରକୁ ମାଡ଼ିଗଲା ଯାତ୍ରୀବାହୀ ବସ । ଜଗତସିଂହପୁର ସାଂପୁର ଛକ ନିକଟରେ ଘର ଭିତରକୁ ମାଡିଗଲା ଯୋଗମାୟା ନାମକ ଏକ ଯାତ୍ରୀବାହୀ ବସ ମାଡିଯିବାରୁ 10 ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଷ୍ଟିୟରିଂ ଫେଲ ଯୋଗୁଁ ଦୁର୍ଘଟଣା ହୋଇଥିବା ଜଣାପଡ଼ିଛି । ତେବେ ଡ୍ରାଇଭରରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ବିରାଟ ଜୀବନହାନୀରୁ ବର୍ତ୍ତିଯାଇଛନ୍ତି ଯାତ୍ରୀ । ଆଜି ସକାଳେ ଯୋଗମାୟା ନାମକ ଘରୋଇ ଯାତ୍ରୀବାହୀ ବସ ପାରାଦୀପରୁ ଜଗତସିଂହପୁରକୁ ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସମ୍ବନ୍ଧିତ ଖବର ହିଟ୍ ୱେଭକୁ ନେଇ ଏସଓପି ଜାରି କଲା ଉଚ୍ଚ ଶିକ୍ଷା ବିଭାଗ

 

ସମ୍ବନ୍ଧିତ ଖବର ଦୋଳ ପୂର୍ଣ୍ଣିମା

Tags: